www.samajalive.in
Saturday, December 6, 2025
23.1 C
Bhubaneswar

ରାସ୍ତାରେ ଚାଲିଛି ଅଫିସ କାମ

ଫୁଲବାଣୀ : କନ୍ଧମାଳ ଜିଲାର ୧୨ଟି ବ୍ଳକ ଅନ୍ତର୍ଗତ ୧୭୧ ପଞ୍ଚାୟତ ମଧ୍ୟରୁ ଆଜି ମଧ୍ୟ ଅନେକ ପଞ୍ଚାୟତରେ ନେଟୱାର୍କ ଏକ ବଡ଼ ସମସ୍ୟା ହୋଇ ରହିଛି । ଫଳରେ ଅନେକ ସମୟରେ ହିତାଧିକାରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନାରେ ନିଜକୁ ସାମିଲ କରିପାରୁନାହାନ୍ତି । ଗୋଟିଏ ପଟେ ସରକାର ବିଭିନ୍ନ ସରକାରୀ କାର୍ଯ୍ୟକୁ ଅନଲାଇନ୍‌ ମାଧ୍ୟମରେ କରିବା ବାଧ୍ୟତାମୂଳକ କରିଥିବାବେଳେ ଅନ୍ୟପଟେ ଯେଉଁ ସବୁ ଅଞ୍ଚଳରେ ମୋବାଇଲ୍‌ ନେଟଓ୍ବର୍କ ନାହିଁ ସେହି ସବୁ ଅଞ୍ଚଳର ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟରେ ରାଜ୍ୟ ସରକାର ଭତ୍ତା ବୃଦ୍ଧି କରିବା ସହିତ ରାସନକାର୍ଡ଼ ଧାରୀମାନଙ୍କୁ ୧୦୦୦ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ନେଟୱର୍କ ସମସ୍ୟା ଘେରରେ ରଟିଙ୍ଗିଆ ପଞ୍ଚାୟତରେ ରାସ୍ତା ଘାଟରେ ଅଫିସ କାମ ହେଉଛି ।

ଟଙ୍କାକୁ ଅନଲାଇନ୍ ମାଧ୍ୟମରେ ଦିଆଯାଉଥିବାରୁ ଏହି କର୍ମଚାରୀମାନେ ରାସ୍ତା ଘାଟରେ ନିଜ କାମ କରିବାକୁ ବାଧ୍ୟ ହେଉଛନ୍ତି। ଅଞ୍ଚଳର ଶହ ଶହ ହିତାଧିକାରୀ ରୁଣ୍ଡ ହୋଇ ଅପେକ୍ଷା କରିଥିବାବେଳେ ସେହି ସ୍ଥାନରେ ମଧ୍ୟ ନେଟୱର୍କ ସମସ୍ୟା ଦେଖାଦେଇଥିଲା । ଟଙ୍କା ମିଳିନଥିବା ଲୋକମାନେ ଘରକୁ ଫେରିଯାଇ ଦୁଃଖ ପ୍ରକାଶ କରିଛନ୍ତି।  ଅଞ୍ଚଳବାସୀଙ୍କ ଦ୍ଵାରା ୨୦୧୭ ମସିହାରୁ ବାରମ୍ବାର ନେଟୱର୍କ ସମସ୍ୟାକୁ ନେଇ ଅବଗତ କରିବା ସହିତ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଫଳ ମିଳୁନି । ପ୍ରଶାସନ ଓ ରାଜନେତାମାନେ କେବଳ ମିଛ ପ୍ରତିଶ୍ରୁତି ଦେଇ ଅଞ୍ଚଳବାସୀଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏନେଇ ଯଦି କୌଣସି ପ୍ରକାର ଦୃଢ ପଦକ୍ଷେପ ଗ୍ରହଣ କରାନଯାଇ ତେବେ ଅଞ୍ଚଳବାସୀ ନିର୍ବାଚନରେ ଏହାର ଉଚିତ୍‌ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories