www.samajalive.in
Monday, December 8, 2025
16.1 C
Bhubaneswar

ଔଷଧୀୟ ସାମଗ୍ରୀ ରପ୍ତାନି ପାଇଁ ମୋଦୀଙ୍କୁ ଅନୁରୋଧ କଲେ ନେତାନ୍ୟାହୁ

ଜେରୁଜେଲମ୍‍: ଇସ୍ରାଏଲକୁ ମୁଖା (ମାସ୍କ) ଏବଂ ଔଷଧୀୟ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ଉଦ୍ଦିଷ୍ଟ କଞ୍ଚାମାଲ ରପ୍ତାନିକୁ ଅନୁମୋଦନ ଓ ଅନୁମତି ପ୍ରଦାନ କରିବାକୁ ସେ ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଗତ ସପ୍ତାହରେ ମୋଦୀଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା ସମୟରେ ନେତାନ୍ୟାହୁ ଏଭଳି ଅନୁରୋଧ କରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି। ଇସ୍ରାଏଲର ଚାନେଲ-୩ରେ ପ୍ରସାରିତ ରିପୋର୍ଟରେ କୁହାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଭାରତ ତାହାର ଘରୋଇ ଚାହିଦା ପୂରଣ ନିମନ୍ତେ ଏହିସବୁ ସାମଗ୍ରୀର ରପ୍ତାନି ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାପରେ ଇସ୍ରାଏଲ ପକ୍ଷରୁ ଭାରତକୁ ଏଭଳି ଅନୁରୋଧ କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବା ଅବସରରେ ନେତାନ୍ୟାହୁ ସମ୍ପ୍ରତି ବିଶ୍ୱବ୍ୟାପୀ କରୋନା ଭୂତାଣୁଜନିତ ଆତଙ୍କ ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା ସ୍ଥିର ଓ ଅତୁଟ ରଖିବା ଦିଗରେ ମୋଦୀଙ୍କ ସମେତ ଅନ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିବା ସୂଚନା ଦେଇଥିଲେ। ନେତାନ୍ୟାହୁ କହିଥିଲେ, ସେ ତାଙ୍କ ବନ୍ଧୁ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ଇସ୍ରାଏଲ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ ଉପରେ ଏହିସବୁ ସାମଗ୍ରୀର ଉପଲବ୍ଧ ଉପରେ ନିର୍ଭରଶୀଳ। ତେବେ ମୋଦିଙ୍କ ସହିତ ତାଙ୍କର ହୋଇଥିବା ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସେ ବିସ୍ତୃତ ଭାବେ କିଛି କହିନଥିଲେ।

- Advertisement -

ଅନ୍ୟପକ୍ଷରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ଇତାମାର ଗ୍ରୋଟ୍ଟୋ କହିଛନ୍ତି ଯେ ଔଷଧ ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇଦେବାକୁ ମୋଦୀ ଅନୁମତି ପ୍ରଦାନ କରିବାକୁ ରାଜି ହୋଇଛନ୍ତି। ତେବେ ମୁଖା ଯୋଗାଣ ଉପରେ ଏ ପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଭାରତୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇ ଇସ୍ରାଏଲକୁ ଲକ୍ଷାଧିକ ସଂଖ୍ୟାରେ ମୁଖା ପଠାଇବାକୁ ଅନୁରୋଧ କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories