www.samajalive.in
Monday, December 8, 2025
13.1 C
Bhubaneswar

‘ସମାଜ’ର ପ୍ରୟାସ – ସୁସ୍ଥ ସମାଜ

ସମାଜ ପୋର୍ଟାଲ ଡେସ୍କ: ଭୂତାଣୁ ଜନିତ ରୋଗ ‘ନଭେଲ କରୋନା’ ବା କୋଭିଡ୍-୧୯ କବଳରେ ଏବେ ସାରା ବିଶ୍ବ। ଚୀନ୍‌ର ଉହାନ୍‌ ସହରରୁ ସଂକ୍ରମିତ ଏହି ରୋଗ ଏବେ ୧୯୬ଟି ରାଷ୍ଟ୍ରକୁ କବଳିତ କରିଛି। ଦେଢଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବାବେଳେ ଅଦ୍ୟାବଧି ୫,୩୦୦ ଲୋକଙ୍କ ଜୀବନ ଗଲାଣି। ଭାରତରେ ୮୪ ଜଣ ସଂକ୍ରମିତ ଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାକୁ ମହାମାରୀ ଘୋଷଣା କରିସାରିଛି। ଭାରତ ସରକାର ଏହାକୁ ଜାତୀୟ ବିପତ୍ତି ଦର୍ଶାଇଛନ୍ତି। ଯଦିଓ ଓଡ଼ିଶାରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ଭୂତାଣୁ ପଜେଟିଭ୍‌ ଥିବା ରିପୋର୍ଟ ଆସିନି; ତଥାପି ଆଗୁଆ ପଦକ୍ଷେପ ସ୍ବରୂପ ଓଡ଼ିଶା ସରକାର ଏହାକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି। କରୋନା ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏକ ଦାୟିତ୍ବବାନ୍‌ ଗଣମାଧ୍ୟମ ଭାବେ ‘ସମାଜ’ ର ସମାଜ ଲାଗି ରହିଛି ଦାୟବଦ୍ଧତା। ଅଧିକରୁ ଅଧିକ ଲୋକଙ୍କୁ ଏହି ଭୂତାଣୁ ସଂପର୍କରେ ସଚେତନ କରାଇବା ଆମର ଦାୟିତ୍ବ ଓ କର୍ତ୍ତବ୍ୟ। କିଭଳି ସଂକ୍ରମଣରୁ ରୋକିହେବ ଓ ଏ କ୍ଷେତ୍ରରେ ପ୍ରତିକାର ସ୍ବରୂପ କ’ଣ କରିବା ଉଚିତ ଓ ଅନୁଚିତ ସେଥିନେଇ କେତେକ ଜରୁରୀ ସ୍ବାସ୍ଥ୍ୟ ସୂଚନା ନିମିତ୍ତ ଆମର ଏହି ଛୋଟିଆ ଉଦ୍ୟମ…
– କରୋନା ପ୍ରତିକାର ଲାଗି ଏଯାବତ୍‌ କୌଣସି ଔଷଧ/ଟିକା ପ୍ରସ୍ତୁତ ହୋଇନି।
– ସଚେତନତା ହିଁ ନିୟନ୍ତ୍ରଣର ଏକମାତ୍ର ଉପାୟ।
– ସଂକ୍ରମଣ ସଂକ୍ରାନ୍ତ ଅଯଥା ଗୁଜବକୁ ବିଶ୍ବାସ କରନ୍ତୁନି।
– ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ଘୂରୁଛି, ଏହାକୁ ବିଶ୍ବାସ କରନ୍ତୁନାହିଁ, କରୋନା ସଂପର୍କରେ ସଠିକ୍ ସୂଚନା ରଖନ୍ତୁ।
– ବିଶେଷକରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକୁ ପାଳନ କରନ୍ତୁ।
– କରୋନା ପ୍ରତିକାର ନାଁରେ କେତେକ ବ୍ୟକ୍ତି ନକଲି ଟିକା ଓ ଔଷଧ ବିକୁଛନ୍ତି ତେଣୁ ଏଭଳି ଠକାମିରୁ ନିଜକୁ ଓ ପରିବାର ସଦସ୍ୟଙ୍କୁ ଦୂରେଇ ରଖନ୍ତୁ।
– କରୋନା ଆଶଙ୍କାରେ ଅଯଥା ବିବ୍ରତ ତଥା ବିଚଳିତ ହୁଅନ୍ତୁ ନାହିଁ।
– ସଂକ୍ରମିତ ବ୍ୟକ୍ତିଙ୍କ ଏକମାତ୍ର ଉପଚାର ଏକୁଟିଆ ଘରେ ରୁହନ୍ତୁ ଓ ଅନ୍ୟମାନଙ୍କ ସହ ମିଶନ୍ତୁ ନାହିଁ।
– ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଏହାଦ୍ବାରା ଅଧିକ ସଂକ୍ରମଣକୁ ରୋକିହେବ।
– ସଂକ୍ରମଣର ଦୁଇ ସପ୍ତାହ (କ୍ବାରେଣ୍ଟାଇନ୍‌ ପିରିୟଡ୍‌) କେବଳ ଫଳ ଓ ନୁଡୁଲ୍ସ ଖାଇବାକୁ ପରାମର୍ଶ।
– ବାହାର ଖାଦ୍ୟ ଅପେକ୍ଷା ଘରେ ପ୍ରସ୍ତୁତ ଭୋଜନ ଗ୍ରହଣ କରନ୍ତୁ।
– ଯେଉଁମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍‌, ବିଶେଷକରି ବୟସ୍କ ଓ ଶିଶୁ ଏଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ।
– ନିଦାନ ନ ଥିବାରୁ ସଚେତନତା ହିଁ ଏକମାତ୍ର ପ୍ରତିକାର।
– ସ୍ବାସ୍ଥ୍ୟ ହିଁ ସମ୍ପଦ। ସର୍ବଜନ ହିତାୟ, ସର୍ବଜନ ସୁଖାୟ। ଶାରୀରିକ ସୁସ୍ଥତା ଓ ସୁରକ୍ଷା କେବଳ ସରକାର ଓ ସମାଜର ନୁହେଁ; ଆମ ସମସ୍ତଙ୍କର ବ୍ୟକ୍ତିଗତ ଦାୟିତ୍ବ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories