www.samajalive.in
Saturday, December 6, 2025
16.1 C
Bhubaneswar

ଆସ୍ଥା ଭୋଟରେ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଅଲି ଶର୍ମା ଓଲି

କାଠମାଣ୍ଡୁ : କରୋନା ମହାମାରୀର ପ୍ରଭାବ ମଧ୍ୟରେ ନେପାଳରେ ପୁଣି ରାଜନୈତିକ ସଂକଟ ଦେଖାଦେଇଛି। ନେପାଳର ପ୍ରଧାନମନ୍ତ୍ରୀ ତଥା ସିପିଏନ୍-ୟୁଏମ୍ଏଲ୍ (କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ-ୟୁନିଫାଏଡ୍ ମାର୍କ୍ସବାଦୀ ଲେନିନିଷ୍ଟ) ନେତା ଖଡ୍ଗ ପ୍ରସାଦ ଶର୍ମା ଓଲି ସୋମବାର ସଂସଦରେ ଆସ୍ଥା ଭୋଟରେ ହାରିଯାଇଛନ୍ତି।

ଖବର ଅନୁଯାୟୀ, ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ, ୯୩ ଜଣ ସାଂସଦ ପ୍ରଧାନମନ୍ତ୍ରୀ ଓଲିଙ୍କ ସପକ୍ଷରେ ଭୋଟ୍ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୪ ଜଣ ତାଙ୍କ ବିପକ୍ଷରେ ମତ ଦେଇଛନ୍ତି। ୧୫ ଜଣ ସାଂସଦ ନିରପେକ୍ଷ ରହି ମତଦାନ ପ୍ରକ୍ରିୟାରେ ଭାଗ ନେଇ ନ ଥିଲେ। ମତଦାନ ପ୍ରକ୍ରିୟାରେ ୧୩୨ ଜଣ ସାଂସଦ ଭାଗ ନେଇଥିଲେ। ଫଳରେ  ପ୍ରଧାନମନ୍ତ୍ରୀ କେପି ଅଲି ଶର୍ମା ଓଲି ସଂସଦରେ ଆସ୍ଥା ହରାଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଅଲି ସମ୍ବିଧାନର ଧାରା ୧୦୦ (୩) ଅନୁଯାୟୀ ତାଙ୍କ ପଦରୁ ମୁକ୍ତ ହୋଇଛନ୍ତି। ମାଧବ ନେପାଳ-ଜାଲା ନାଥ ଖାନଲଙ୍କ ନେତୃତ୍ୱରେ ଶ୍ରୀ ଅଲିଙ୍କ ପ୍ରତିଦ୍ୱନ୍ଦ୍ୱୀ ଦଳର ପ୍ରାୟ ୨୮ ଜଣ ସାଂସଦ ମତଦାନରୁ ବିରତ ରହିଥିଲେ।

- Advertisement -

ନେପାଳ କଂଗ୍ରେସର ବରିଷ୍ଠ ନେତା ପ୍ରକାଶ ମନ ସିଂହ କହିଛନ୍ତି ଆସ୍ଥା ଭୋଟରେ ହାରିବା ପରେ ପ୍ରଧାନମନ୍ତ୍ରୀ ସ୍ବତଃପ୍ରବୃତ ଭାବେ ତାଙ୍କ ପଦରୁ ଓହରିଯିବା ଉଚିତ ଏବଂ ବର୍ତ୍ତମାନ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ନୂତନ ମିଳିତ ସରକାର ଗଠନ ହେବ। ସିପିଏନ୍-ମାଓବାଦୀର  ବରିଷ୍ଠ ନେତା ଗଣେଶ ଶାହା କହିଛନ୍ତି ଯେ ଶ୍ରୀ ଓଲି ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ଏକ ବିକଳ୍ପ ସରକାର ଗଠନ ପାଇଁ ପଥ ପରିସ୍କାର କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories