www.samajalive.in
Friday, December 12, 2025
15.1 C
Bhubaneswar

ନେପାଳରେ ବିବାଦୀୟ ମାନଚିତ୍ର ଗୃହୀତ

କାଠମାଣ୍ଡୁ/ନୂଆଦିଲ୍ଲୀ : ନେପାଳ ପାର୍ଲାମେଣ୍ଟ ‘ନ୍ୟାସନାଲ ଆସେମ୍ବ୍ଲି’ରେ ବିବାଦୀୟ ମାନଚିତ୍ର ଗୃହୀତ ହୋଇଛି। ପାର୍ଲାମେଣ୍ଟ ପ୍ରତିନିଧି ସଭାର ମୋଟ ୨୭୫ ସଦସ୍ୟଙ୍କ ମଧ୍ୟରୁ ୨୫୮ ସଦସ୍ୟ ମାନଚିତ୍ର ସଂଶୋଧନ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନକୁ ସମର୍ଥନ କରିଥିଲେ। ବିରୋଧୀ ଦଳ ନେପାଳୀ କଂଗ୍ରେସ, ରାଷ୍ଟ୍ରୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ସଦସ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ବିଧେୟକ ପାଇଁ ୭୨ ଘଣ୍ଟାର ଆଲୋଚନା ଧାର୍ଯ୍ୟ ହୋଇଥିଲେ ମଧ୍ୟ ଗୋଟିଏ ଦିନରେ ଏହା ଗୃହୀତ ହୋଇଛି। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି ମାନଚିତ୍ରରେ ଭାରତର ଉତ୍ତରାଖଣ୍ଡ ଅନ୍ତର୍ଗତ ଲିପୁଲେଖ, କଳାପାଣି ଓ ଲିମ୍ପିଆଦୁରାକୁ ନେପାଳ ନିଜର ବୋଲି ଦର୍ଶାଇଛି। ଏହାର ପ୍ରତିକ୍ରିୟାରେ ଭାରତ ପକ୍ଷରୁ କୁହାଯାଇଛି ଯେ ନେପାଳର ସୀମା ପରିବର୍ଦ୍ଧନ ଦାବି କୃତ୍ରିମ। ଏହାର ଐତିହାସିକ ବାସ୍ତବତା ନାହିଁ କିମ୍ବା ନେପାଳର ଦାବି ଅନୁସାରେ ତଥ୍ୟପ୍ରମାଣ ନାହିଁ। ଏହାକୁ ଆମେ ପୂର୍ବରୁ ବିରୋଧ କରିଆସିଛୁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ।
ଗତ ମାସରେ ଭାରତ କୈଳାସ ମାନୋସରବରକୁ ନିର୍ମିତ ଏକ ୮୦କିମି ରାସ୍ତା ଉଦ୍‌ଘାଟନ କରିବା ପରେ ନେପାଳ ତରବରିଆ ଭାବେ ଏଭଳି ପଦକ୍ଷେପ ନେଇଛି। ମାନଚିତ୍ର ସଂଶୋଧନ ପାଇଁ ଦେଶର ସମ୍ବିଧାନ ସଂଶୋଧନର ଆବଶ୍ୟକତା ଥିବାରୁ ସରକାର ଶନିବାର ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରିଥିଲେ। ଭାରତ ମଇ ୨୦ରେ ପ୍ରସ୍ତାବିତ ନୂଆ ମାନଚିତ୍ରକୁ ବେଆଇନ ଦର୍ଶାଇଥିଲା ଓ ନେପାଳର ଏଭଳି ପଦକ୍ଷେପ ପଛରେ ଚୀନ୍‌ର ହାତ ଥିବା କହିଥିଲା। ଜୁନ୍‌ ୧୧ରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ ଯେ ଭାରତ ଏହାର ସ୍ଥିତି ସ୍ପଷ୍ଟ କରିଛି। ଏବେ ନୁହେଁ; ଯୁଗଯୁଗ ଧରି ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ଆଧାରରେ ନେପାଳ ସହିତ ବନ୍ଧୁତ୍ବ ବଜାୟ ରଖିଛି। ନେପାଳ ନୂଆ ମାନଚିତ୍ର ପ୍ରକାଶ ପୂର୍ବରୁ ଏଥିପ୍ରତି ଗୁରୁତ୍ବ ଦେବା ଉଚିତ। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଥିଲେ ଯେ ଭାରତ ଏହି ମାମଲାର ସମାଧାନ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛି ଓ କୂଟନୈତିକ ମାଧ୍ୟମରେ ସମ୍ଭବ ବୋଲି କହୁଛି। ଉଭୟ ରାଷ୍ଟ୍ରର ବୈଦେଶିକ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇପାରି ନ ଥିବାବେଳେ ନେପାଳ ପାର୍ଲାମେଣ୍ଟରେ ଏହା ଗୃହୀତ ହୋଇଛି। ଶନିବାର ସଂଶୋଧିତ ମାନଚିତ୍ର ପାର୍ଲାମେଣ୍ଟରେ ଗୃହିତ ହେବା ପୂର୍ବରୁ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌ ନରବଣେ କହିଥିଲେ ଯେ ଏହି ପ୍ରସଙ୍ଗ ନେଇ ନେପାଳ ସହ ଆଲୋଚନା ହେବ। ଏଭଳି ବିବାଦକୁ ତେଜିବାବେଳେ କରୋନା ପାଇଁ ଭାରତ ଯୋଗାଇଥିବା ବିପୁଳ ସାହାଯ୍ୟ ସହଯୋଗକୁ ଭୁଲିଯାଇଛି। ନେପାଳରେ କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ୨୫ ଟନ୍‌ ଔଷଧ ଓ ଚିକିତ୍ସା ସରଞ୍ଜାମ ଯୋଗାଇଛି। ଏହାସତ୍ତ୍ବେ ଦେଶରେ କରୋନା ସଂକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ଓଲି ଭାରତକୁ ଦାୟୀ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories