ଭୁବନେଶ୍ବର : ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ(ପିଏନ୍ବି)ର ୧୩,୦୦୦ କୋଟି ଟଙ୍କାର ମହାଠକେଇ ଘଟଣାରେ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ ନାମକ ଏକ କମ୍ପାନୀ ଦୁଇ ନିର୍ଦେଶକଙ୍କୁ ସିବିଆଇ ଡାକି ପଚରାଉଚରା କରିଛି। ଏହି ମହାଠକେଇରେ ସେମାନଙ୍କ ସମ୍ପୃକ୍ତି ଅଛି କି ତାହା ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ପିଏନ୍ବିର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଶାଖାରୁ ୨୦୧୦-୧୧ ବର୍ଷରେ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ ନାମକ ଏକ କମ୍ପାନୀ ୩୨କୋଟି ଟଙ୍କା ଋଣ ଉଠାଇଥିଲା। ତେବେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ଋଣ ସୁଧକୁ ମିଶାଇ ୫୪ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ତେବେ ଏହି ବଡ଼ଧରଣର ବ୍ୟାଙ୍କ ଠକେଇ ସମ୍ପର୍କରେ ପିଏନ୍ବିର ଜନପଥ ଦୀନ୍ଦୟାଲ ଭବନ ପରିସରରେ ଥିବା ସର୍କଲ କାର୍ଯ୍ୟାଳୟ ମୁଖ୍ୟ ଗଣପତ ଲାଲ୍ ଅଭିଯୋଗ କରିବା ପରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଛି।
ପିଏନ୍ବି ମହାଠକେଇ : ଦୁଇ ନିର୍ଦେଶକଙ୍କୁ ସିବିଆଇର ଜେରା
Popular Categories



