www.samajalive.in
Saturday, December 6, 2025
19.1 C
Bhubaneswar

ଅପହଞ୍ଚ ପାଲଟିଛି ସରକାରୀ ଯୋଜନା, ପଲିଥିନ ତଳେ ବିତୁଛି ଜୀବନ

ନେମାଳ: ରାଜ୍ୟରେ ଗରୀବ, ମୂଲିଆ ଖଟିଖିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଲୋକହିତକର ଯୋଜନା କାର୍ୟ୍ୟକାରୀ ହେଉଛି। ରାଜନୈତିକ ଅଭିସନ୍ଧି ଓ ପ୍ରଶାସନିକ ଖାମଖିଆଲୀ ନୀତି ପାଇଁ ବହୁ ଗରୀବ ମୂଲିଆ ଶ୍ରେଣୀର ଲୋକମାନେ ଏହି ଯୋଜନାରେ ସାମିଲ ହୋଇନପାରୁ ନାହାନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ପଞ୍ଚାୟତ ମାଣିକପୁର ଗ୍ରାମରେ।ଏହି ଗ୍ରାମର ପ୍ରବୋଧ ନାୟକଙ୍କ ପାଇଁ ସମସ୍ତ ସରକାରୀ ଯୋଜନା ଅପହଞ୍ଚ ପାଲଟିଛି। ପ୍ରବୋଧଙ୍କର ଘରଢିଅ ଛଡା ଅନ୍ୟ କୈଣସି ଚାଷ ଜମି ନଥିବାରୁ ପ୍ରତ୍ୟେକ ଦିନ ମୂଲପାତୀ ଲାଗି ନିଜର ଛୋଟ ପରିବାରକୁ ଭରଣପୋଷଣ କରିଥାନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରୀବ ଲୋକମାନଙ୍କ ପାଇଁ ଇନ୍ଦିରାଆବାସ ଓ ବିଜୁ ପକ୍କାଘର ଯୋଗାଇ ଦିଆଯାଇଛି। ମାତ୍ର ବ୍ଲକ ସ୍ତରରେ କୁଜି ନେତା ମାନଙ୍କୁ ଯେଉଁ ଲୋକ ଲାଞ୍ଚ ଦେଇପାରୁନାହିଁ ସେମାନଙ୍କର ଇନ୍ଦିରାଆବାସ ହେଉ କି ବିଜୁ ପକ୍କା ଘର ହୋଇପାରୁନଥିବା ପ୍ରବୋଧ ଅଭିଯୋଗ କରିଛନ୍ତି। ଦୁଇପୁତ୍ର ଓ ପତ୍ନୀଙ୍କୁ ନେଇ ପ୍ରବୋଧଙ୍କର ତେଲଲୁଣର ସଂସାର। ପ୍ରବୋଧ ଦିନେ କାମକୁ ନଗଲେ ଚୁଲିରେ ହାଣ୍ଡି ବସେ ନାହିଁ। ଏପରିସ୍ଥଳେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରବୋଧର ନା ଅଛି ବିପିଏଲ୍‍ ନା ପାଉଛନ୍ତି କିଛି ସରକାରୀ ସୁବିଧା। ଏକ ଭଙ୍ଗା ଚାଳ ଛପର ପଲିଥିନ ଢଙ୍କା କୁଡିଆଘରେ ବଞ୍ଚିବା ପାଇଁ ରାହା ଖୋଜୁଥିବା ବେଳେ ଏହି କୁଡିଆ ଘରେ ଟିକିଏ ବର୍ଷା ହେଲେ ପାଣି ପଶିଯାଉଥିବା ଦେଖାଯାଇଛି। ଏହାର ଚାରିପାଖରେ ବିଭିନ୍ନ ଅନାବନା ଗଛର ବଣବୁଦା ହୋଇଥିବାରୁ ବେଳେ ବେଳେ ସାପ, ଗୋଧି ଏବଂ ବିଭିନ୍ନ ସରୀସୃପ ପ୍ରାଣୀ ପଶିଯାଉଥିବା ଜଣାଯାଇଛି। କୁଡିଆ ଘରେ ମଶା ଡାଆଁସରେ ବାଡେଇ ହେଉଥିଲେ ସୁଦ୍ଧା ଅଦ୍ୟାବଧି ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ତାଙ୍କୁ ଦିଆଯାଇନାହିଁ। କେବଳ ନିର୍ବାଚନ ଆସିଲେ ରାଜନୈତିକ ଦଳ ପକ୍ଷରୁ ଏହି ଥର ଘର ଦିଆଯିବ କହି ବାରମ୍ବାର ଭୂତାଯାଉଥିବା ପ୍ରବୋଧ ଅଭିଯୋଗ କରିଛନ୍ତି। ପ୍ରବୋଧଙ୍କୁ ଯଥା ଶିଘ୍ର ଏକ ଘର ଯୋଗେଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories