www.samajalive.in
Saturday, December 6, 2025
16.1 C
Bhubaneswar

ଏନଇଇଟି ଓ ଜେଇଇ ମେନ୍ ପରୀକ୍ଷା ନିମନ୍ତେ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ; କହିଲେ ସବୁ ବନ୍ଦ କରାଯାଇ ପାରିବ ନାହିଁ

 ନୂଆଦି୍ଲ୍ଲୀ: ସୁପ୍ରିମକୋର୍ଟ ନିଟ୍ (ଏନ୍ଇଇଟି) ଓ ଜେଇଇ ମେନ୍  ପରୀକ୍ଷା ବନ୍ଦ କରାଯିବା ନିମନ୍ତେ ହୋଇଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷା ଧାର୍ଯ୍ୟ ସମୟରେ କରାଯିବ ଓ ସବୁ କିଛି ବନ୍ଦ କରାଯାଇ ପାରିବ ନାହିଁ ।

ସୂଚନାଯୋଗ୍ୟ ଯେ ଏହି ଦୁଇ ଜାତୀୟ ପ୍ରବେଶିକା ପରୀକ୍ଷାକୁ ରୋକିବା ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଏଥିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା । ବର୍ତମାନ ସମୟ ପରୀକ୍ଷା ନିମନ୍ତେ ଉପଯୁକ୍ତ ନୁହେଁ ବୋଲି ଦର୍ଶାଯାଇ ପରୀକ୍ଷା ନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବାକୁ ଏଥିରେ ଉଲ୍ଲେଖ କରାଯାଇଥିଲା । ଗୁଜରାଟ ପ୍ୟାରେଣ୍ଟସ ଆସୋସିଏସନ ପକ୍ଷରୁ ହୋଇଥିବା ଆବଦେନରେ ଦର୍ଶାଯାଇଥିଲା ଯେ ଚଳିତ ଶିକ୍ଷାବର୍ଷ ଏକପ୍ରକାର ନଷ୍ଟ ହୋଇ ଯାଇଛି । ୧୧ଟି ରାଜ୍ୟରେ କୋଭିଡ଼ ୧୯ ସଂକ୍ରମଣ ଅତି ତୀବ୍ର ଗତିରେ ବୃଦ୍ଧି ପାଇଛି ।

- Advertisement -

ମାତ୍ର ସୁପ୍ରିମକୋର୍ଟ ଏହାକୁ ଖାରଜ କରିବା ସହ କହିଛନ୍ତି ଯେ ସବୁ କିଛିକୁ ନେଇ ଆଗକୁ ବଢ଼ିବାକୁ ପଡ଼ିବ ଓ କରୋନା ଯୋଗୁଁ ସବୁ କିଛି ବନ୍ଦ କରାଯାଇ ପାରିବ ନାହିଁ । ପରୀକ୍ଷା ଧାର୍ଯ୍ୟ ସମୟରେ କରାଯିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories