www.samajalive.in
Saturday, December 6, 2025
26.1 C
Bhubaneswar

ନିଟ୍‌ରେ ବିଫଳ ହେବା ଭୟରେ ଛାତ୍ରଙ୍କ ଆତ୍ମହତ୍ୟା; ଥିଲେ ଦ୍ବାଦଶ ଟପ୍ପର

ଚେନ୍ନାଇ: ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବିଫଳ ହେବା ଭୟରେ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁରେ। ଯେଉଁଦିନ ଡାକ୍ତରୀ ପାଠ୍ୟକ୍ରମ ପାଇଁ ‘ନିଟ୍‌’ ପରୀକ୍ଷା ରଦ୍ଦ କରିବାକୁ ତାମିଲନାଡୁ ବିଧାନସଭାରେ ଏକ ବିଲ୍‌ ଆଗତ ହୋଇଥିଲା ସେହିଦିନ ଘଟିଛି ଏହି ଘଟଣା। ମୃତ ଛାତ୍ର ଜଣକ ହେଉଛନ୍ତି ତାମିଲନାଡୁର ଆରିୟାଲୁର ଜିଲ୍ଲାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ୨୦୨୧ର ପ୍ରାର୍ଥୀ କାନିମୋଝି।

ସୂଚନା ଅନୁସାରେ, କାନିମୋଝି ରବିବାର ନିଟ୍‌ ୟୁଜି୨୦୨୧ ପରୀକ୍ଷା ଦେଇଥିଲେ। କିନ୍ତୁ ଭଲ ପ୍ରଦର୍ଶନ କରି ନ ଥିଲେ ବୋଲି ଚିନ୍ତିତ ଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସେ ପରୀକ୍ଷାରୁ ଆସିବା ପରେ ନିଜ ରୁମକୁ ଯାଇ ଶୋଇପଡିଥିଲେ। ପରେ ସୋମବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। କାନିମୋଜି ପରୀକ୍ଷାକୁ ନେଇ ଚିନ୍ତତି ଥିଲେ। କାରଣ ସେ ଭୟ କରୁଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେବା ପରେ ମଧ୍ୟ ଡାକ୍ତର ହୋଇପାରିବେ ନାହିଁ। ବିକ୍ରମଙ୍ଗଲ ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ସୋମବାର ତାମିଲନାଡୁ ବିଧାନସଭାରେ ନିଟ୍‌ ପରୀକ୍ଷା ହଟାଇବା ସହ ଦ୍ୱାଦଶ ପରୀକ୍ଷାର ନମ୍ବର ଆଧାରରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗତ ବିଧେୟକ ଗୃହୀତ ହୋଇଛି। ଏହି ବିଧେୟକରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରୁ ତାମିଲନାଡୁର ଛାତ୍ରଛାତ୍ରୀଙ୍କୁ ରିହାତି ଦେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲୋଡା ଯାଇଛି।

ପୂର୍ବରୁ ନିଟ୍‌ ଫଳାଫଳକୁ ଭୟ କରି ଡାକ୍ତରୀ ପଢ଼ିବାକୁ ଆଶାୟୀ ଜଣେ ଛାତ୍ର ଆତ୍ମହତ୍ୟା କରିଥିବାରୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏ ପ୍ରସଙ୍ଗ ତାମିଲନାଡୁ ବିଧାନସଭାରେ ଆଗତ କରିଥିଲେ। ଏଆଇଏଡିଏମକେ ଶାସନ ସମୟରେ ସମାନ ଉଦ୍ଦେଶ୍ୟ ପାଇଁ ୨୦୧୭ରେ ବିଲ୍ ପାରିତ ହୋଇଥିଲା। କିନ୍ତୁ ଏହା ରାଷ୍ଟ୍ରପତିଙ୍କ ସହମତି ମିଳି ନ ଥିଲା। ଏଥର ଏମ.କେ ଷ୍ଟାଲିନ ଏହି ବିଲ୍ ଆଗତ କରିଛନ୍ତି ଏବଂ ମୁଖ୍ୟ ବିରୋଧୀ ଏଆଇଏଡିଏମକେ ଏବଂ ଏହାର ସହଯୋଗୀ ପିଏମକେ ସମେତ ସମସ୍ତ ଦଳ ଏହାକୁ ସମର୍ଥନ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories