www.samajalive.in
Saturday, December 6, 2025
16.1 C
Bhubaneswar

ସାକ୍ଷୀଗୋପାଳ ମନ୍ଦିରରେ ରାଧାଷ୍ଟମୀ ପାଳିତ

ସୁଆଣ୍ଡୋ : ପୁରୀଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧା ଠାକୁରାଣୀଙ୍କ ଜନ୍ମୋତ୍ସଵ ମଂଗଳବାର ପାଳିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୋଖରିଆ ଧୁଆପୋଛା କରାଯାଇ କରଣ ପଣ୍ଡିତ ମୁରୁଜରେ ଭଦ୍ର ମଣ୍ଡଳ କାଟି ଥିଲେ। ଏଥିଉତାରେ ଜନ୍ମ ମଣ୍ଡଳ ଅଧିବାସ କରାଯାଇ ଥିଲା। ଶ୍ରୀ ରାଧା ଠାକୁରାଣୀଙ୍କ ଚଳନ୍ତି ପ୍ରତିମାଂକୁ ନୂତନ ବସ୍ତ୍ର ପିନ୍ଧାଇ ଅଧିବାସ ମଣ୍ଡଳକୁ ସେବାୟତମାନେ ବିଜେ କରାଇଥିଲେ। ମନ୍ଦିରରେ ରାଧା ଠାକୁରାଣୀ ପାଟବସ୍ତ୍ର ପରିଧାନ କରି ବିଭିନ୍ନ ପ୍ରକାରର ଅଳଙ୍କାରରେ ବିଭୁଷିତ ହୋଇଥିଲେ। ସେହିପରି ସତ୍ୟବାଦୀ ସାକ୍ଷୀ ଗୋପୀନାଥ ସୁନାର କିରିଟି ହାତରେ ସୁନାର ବଂଶୀ କାନରେ କୁଣ୍ଡଳ ଗଜ ମୁକ୍ତା ମାଳ ସେବତୀ ମାଳ ଆଦି ପରିଧାନ କରି ଚନନ ଭୂଷଣ ହୋଇ ଛନ୍ତି। ଠାକୁର ଠାକୁରଙ୍କ ଦିପହର ଧୂପ ସରିବା ପରେ ୧୦୮ଟି ଜନ୍ମ କୋରା ଠାକୁରଙ୍କୁ ଭୋଗଲାଗି କରାଯାଇଥିଲା। ଅପରାହ୍ନରେ ଠାକୁରଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି। ସେବାୟତ ସଂଘ ପକ୍ଷରୁ ରାଧାଷ୍ଟମୀ ଯାତ୍ରାର ସମସ୍ତ ଆୟୋଜନ କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories