www.samajalive.in
Saturday, December 13, 2025
26.1 C
Bhubaneswar

ଦଣ୍ଡ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା ଘଟଣାରେ ୮ ଗିରଫ

ନୟାଗଡ଼ : ମେରୁ ଉତ୍ସବ ପାଳନ ବେ‌ଳେ ଦଣ୍ଡ ଶୋଭାଯାତ୍ରା ନେଇ ନୟାଗଡ଼ ସହରରେ ବୁଧବାର ରାତିରେ ଯୁବକଙ୍କୁ ହତ୍ୟା ଘଟଣାରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ ପୁଅ ମୁନା ପ୍ରଧାନ (୩୮), କାବୁଲି ପ୍ରଧାନ (୪୦) ଓ ଆନନ୍ଦ ଚନ୍ଦ୍ର ପ୍ରଧାନ (୪୨), ରବୀନ୍ଦ୍ରନାଥ ପ୍ରଧାନଙ୍କ ପୁଅ ଆଶିଷ କୁମାର ପ୍ରଧାନ (୨୯), ବିମଳ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶିବାଜୀ ସାମନ୍ତରାୟ (୨୮), ଈଶ୍ୱର ଜେନାଙ୍କ ପୁଅ ଭାସ୍କର ଜେନା (୨୫), ବିଶିଆ ଭୋଳଙ୍କ ପୁଅ ଉଦୟନାଥ ଭୋଳ (୪୮) ଓ ବିଜୟ କୁମାର ପ୍ରଧାନଙ୍କ ପୁଅ ସୌଭାଗ୍ୟ ରଂଜନ ପ୍ରଧାନ ଓରଫ ସିଲୁ (୨୮) । ଏମାନେ ସମସ୍ତେ ନୟାଗଡ଼ ଜିଲ୍ଲା ଦେଉଳପଲ୍ଲୀ ନିବାସୀ। ଟାଉନ୍‌ ଥାନା ଅଧୀନ ସିନ୍ଦୁରିଆର ଲୋକନାଥ ମନ୍ଦିର ନିକଟରେ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଦଣ୍ଡଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପ୍ରବଳ ଭିଡ଼ର ସୁଯୋଗ ନେଇ ଦୁର୍ଗାପ୍ରସାଦର ଗ୍ରାମର ବିକ୍ରମ ପରିଡ଼ାଙ୍କ ପୁଅ ନବୀନ ପରିଡ଼ା(୨୭)ଙ୍କୁ ଏକ ଗୋଷ୍ଠୀର ଲୋକେ ହତ୍ୟା କରିଥିଲେ। ଦୁର୍ଗାପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଭଳି ୩ଟି ଗ୍ରାମବାସୀଙ୍କ ପକ୍ଷରୁ ଦଣ୍ଡ ଶୋଭାଯାତ୍ରା ବାହାରିଥିଲା। ସମସ୍ତ ଶୋଭାଯାତ୍ରାକାରୀ ସିନ୍ଦୁରିଆଗ୍ରାମସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ନିଜ ଗ୍ରାମକୁ ଫେରିଥାନ୍ତେ । କିନ୍ତୁ କିଏ ଆଗ ଦର୍ଶନ କରିବ, ଡିଜେ ସାଉଣ୍ଡ୍‌ ଜୋର୍‌ରେ ବଜାଇବା ନେଇ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଏଭଳି ବିବାଦର ସୂତ୍ରପାତ ହୋଇଥିଲା।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories