www.samajalive.in
Thursday, December 11, 2025
16.1 C
Bhubaneswar

ଫାଇନାସ କର୍ମଚାରୀଙ୍କ ଠାରୁ ୩ ଦୁବୁର୍ତ୍ତ ଲୁଟି ନେଲେ ୯୧, ୨୯୧ ଟଙ୍କା

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଗୁଡୁପଡା ଠାରେ ଭାରତ ଫାଇନାସ କର୍ମଚାରୀଙ୍କ ଠାରୁ ଦୁବୃତ୍ତ ମାନେ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି। ଭାରତ ଫାଇନାସ କମ୍ପାନୀର କ୍ଷେତ୍ର ପରିଚାଳକ ସିଦ୍ଧାନ୍ତ ପ୍ରଧାନ ଆଜି ସକାଳ ପ୍ରାୟ ୮ ଟା ସମୟରେ ଆଙ୍କୁଲା, ବୁଦ୍ଧିଆପାଟଣା ରଘୁନାଥପୁର ଏବଂ ଗୁଡୁପଡା ଗ୍ରାମକୁ ଋଣ ବଣ୍ଟନ କରିବା ପାଇଁ ଯାଇଥିଲେ। ଋଣ ବଣ୍ଟନ ଏବଂ ଋଣ ଟଙ୍କା ଆଦାୟ ସାରି ଆଠଗଡ କାର୍ୟ୍ୟାଳୟକୁ ଫେରୁଥିବା ବେଳେ ଦିନ ପ୍ରାୟ ୧୨.୪୦ ମିନିଟ ସମୟରେ ଗୁଡୁପଡା ରାସ୍ତାରେ ଏକ କଳା-ନାଲି ରଙ୍ଗର ନମ୍ବର ବୀହିନ ପଲସର ମୋଟର ସାଇକେଲରେ ତିନିଜଣ ଦୁବୃତ୍ତ ଆସି ସିଦ୍ଧାନ୍ତଙ୍କୁ ଆକ୍ରମଣ କରିଥିଲେ ଏବଂ ବ୍ୟାଗରେ ଥିବା ୯୧, ୨୯୧ ଟଙ୍କା ଛଡାଇ ନେବା ସହିତ ଗୋଟିଏ ସାମସଙ୍ଗ ଟ୍ୟାବ ଫୋନ ଏବଂ ଅନ୍ୟାନ୍ୟ କାଗଜପତ୍ର ଛଡାଇ ନେଇ ଶଙ୍କରପୁର ଆଡକୁ ପଳାଇ ଆସିଥିଲେ। ଏ ସମ୍ପର୍କରେ ଆଠଗଡ ଥାନାରେ ଏତଲା ହେବାପରେ ପୋଲିସ ଘଟଣା ସ୍ଥଳକୁ ଯାଇ ଶଙ୍କରପୁର ବଜାରରେ ଥିବା ସିସିଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ବାମଦେବ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories