ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ପଦରେ ରହିବାର ମାତ୍ର ୭୨ ଦିନ ପରେ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସିଦ୍ଧୁ ଆଉ କେଉଁ ଦଳରେ ମିଶିବେ ନା କଂଗ୍ରେସରେ ରହି କାମ କରିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ନିଜ ଇସ୍ତଫା ପତ୍ରରେ ସିଦ୍ଧୁ ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବର ଭବିଷ୍ୟତ ସହ କୌଣସି ସାଲିସ କରିପାରିବି ନାହିଁ । ତେଣୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି। ଦଳର ପ୍ରଦେଶ ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଜଣେ କର୍ମୀ ଭାବେ ଦଳରେ ସାମିଲ ରହିବି ଓ ଦଳ ପାଇଁ କାର୍ଯ୍ୟ କରିବି ବୋଲି ନିଜ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି।



