ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଏହି ୪ ପ୍ରାର୍ଥୀ ହେଲେ ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତ। ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ୧୭ ରାଜ୍ୟରେ ଖାଲିପଡ଼ିଥିବା ୫୫ ଆସନରେ ଏହି ନିର୍ବାଚନ ହେବ। ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ରହିଛି।
Popular Categories



