ଓଡିଶାର ଭିନ୍ନକ୍ଷମ ପିଲାଙ୍କ ସଶକ୍ତିକରଣ ପାଇଁ ରାଜ୍ୟସ୍ତରୀୟ ପ୍ରକଳ୍ପ ‘ନବଦର୍ଶନ’ ଆରମ୍ଭ
ତିନି ବର୍ଷ ମଧ୍ୟରେ ୧୦୦୦ ପିଲାଙ୍କୁ ସଶକ୍ତ କରାଯିବ
ଭୁବନେଶ୍ୱର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସହଯୋଗରେ ଓଡିଶା ରାଇଜିଂ ଫାଉଣ୍ଡେସନ ପକ୍ଷରୁ ଓଡିଶାର ବୌଦ୍ଧିକ ଭିନ୍ନକ୍ଷମ ତଥା ସ୍ୱତନ୍ତ୍ର ଶ୍ରେଣୀ ପିଲାମାନଙ୍କର ସଶକ୍ତିକରଣ ପାଇଁ ଏକ ରାଜ୍ୟସ୍ତରୀୟ ପ୍ରକଳ୍ପ ‘ନବଦର୍ଶନ’ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ଏସପିପିଡିଇ ନିର୍ଦେଶକ ବ୍ରତତୀ ହରିଚନ୍ଦନ, ଓଏଲଏସ ଅଧ୍ୟକ୍ଷ କସ୍ତୁରୀ ମହାପାତ୍ର ଏବଂ କୋରାପୁଟ ଜିଲାର ଡିଏସଏସଓ, ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧିକାରୀ, ଓଆରଏଫର କର୍ମଚାରୀ ଏବଂ ୭ଟି ଜିଲାର ୧୨ ଟି ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ସେମାନଙ୍କ ଶିକ୍ଷକ ଏବଂ ପିଲାମାନେ ଉପସ୍ଥିତ ଥିଲେ। ଭି-ଗାର୍ଡ ଏବଂ ଓଆରଏଫର ଅନନ୍ୟ ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରଶଂସା କରିଛନ୍ତି। ସେ କୃତଜ୍ଞତା ଜଣାଇବା ସହ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ନିସ୍ୱାର୍ଥପର ସେବା ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କର ଅଦମ୍ୟ ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇବା ସହ ଜିଲ୍ଲା ପ୍ରଶାସନ ସହିତ ନିଜ ନିଜ ଦକ୍ଷତା ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ସହାୟତାର ହାତ ପରାମର୍ଶ ଦେଇଛନ୍ତି।
ଭି-ଗାର୍ଡ ଡେପୁଟି ଜେନେରାଲ ମ୍ୟାନେଜର ପ୍ରଦୀପ ପି. କହିଛନ୍ତି ଯେ ନବଦର୍ଶନ ପ୍ରକଳ୍ପ ହେଉଛି କେରଳର ଏକ ନକଲ ଯୋଗ୍ୟ ମଡେଲ ଯେଉଁଠାରେ ଭି-ଗାର୍ଡ ପୂର୍ବରୁ ସଫଳତାର ସହ ସଂପାଦନ କରିଆସିଛନ୍ତି ଏବଂ ବର୍ତ୍ତମାନ ବୌଦ୍ଧିକ ଭିନ୍ନକ୍ଷମ ପିଲାମାନଙ୍କୁ ସଶକ୍ତିକରଣ ତଥା ପ୍ରଭାବିତ କରିବା ପାଇଁ ଓଡିଶାରେ ଏହାର ଆରମ୍ଭ କରିଛନ୍ତି। ତା’ପରେବ୍ରାଞ୍ଚ ହେଡ୍ ସୁମନ୍ତ ପ୍ରଧାନ, ଓଡ଼ିଶାରେ ଭି-ଗାର୍ଡର ସିଏସ୍ଆର୍ କାର୍ୟ୍ୟକଳାପ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସରକାରୀ ବିଦ୍ୟାଳୟ ପାଇଁ ଶ୍ରେଣୀଗୃହ ନିର୍ମାଣ, ଲାଇବ୍ରେରୀ ସେଟଅପ୍, ବୃକ୍ଷରୋପଣ କରି ପ୍ରତିବର୍ଷ ଓଡିଶାରେ ଅନେକ ସିଏସ୍ଆର୍ ପ୍ରୋଜେକ୍ଟ କରୁଛୁ ଏବଂ ସମ୍ପ୍ରତି ବନ୍ୟାରେ ୫୦୦୦ ପରିବାରକୁ ରାସନ ଏବଂ ଔଷଧ ବଣ୍ଟନ କରି ସହାୟତାର ସମସ୍ତ ଉଦ୍ୟମ କରିଆସିଛନ୍ତି।
ଓଡିଶା ରାଇଜିଂ ଫାଉଣ୍ଡେସନ ହେଉଛି ଏକ ପ୍ରଭାବଦୀପ୍ତ ଚାଳିତ ସଂଗଠନ ଯାହା ଓଡିଶାର ଅବହେଳିତ ସମ୍ପ୍ରଦାୟର ଜୀବନରେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସରତ। ଏହି ନବଦର୍ଶନ ପ୍ରକଳ୍ପ ମାଧ୍ୟମରେ ନିଜ ସହଯୋଗୀ ଆଭିମୁଖ୍ୟ ସହିତ କାର୍ୟ୍ୟ କରିବ ଯାହା ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ନିଜ ନିଜ କ୍ଷେତ୍ରରେ ଆଗକୁ ବଢାଇବାକୁ ସାହାଯ୍ୟ କରିବ ବୋଲି ଓଆରଏଫ ଅଧ୍ୟକ୍ଷ ଏ.କେ.ସାଗର ପ୍ରକାଶ କରିଛନ୍ତି।
ସିଏସ୍ଆର ମ୍ୟାନେଜର ସାନିଶ କେ. କହିଛନ୍ତି ଯେ ପ୍ରଥମ ପର୍ୟ୍ୟାୟରେ ଆମେ ତିନି ବର୍ଷ ମଧ୍ୟରେ ୧୦୦୦ ପିଲାଙ୍କୁ ସଶକ୍ତ କରାଯିବ। ସେଥିପାଇଁ ଓଡିଶାର ୭ଟି ଜିଲାରୁ ୧୨ଟି ସରକାରୀ ସହାୟକ ଓ ଅଣ-ସହାୟକ ସ୍ୱତନ୍ତ୍ର ବିଦ୍ୟାଳୟ ଚିହ୍ନଟ କରାଯିବ ଏବଂ ସେମାନଙ୍କ ପୂର୍ଣ୍ଣାଙ୍ଗ ବିକାଶର ଦାୟିତ୍ବ ନିଆଯିବ। ଏହି ପ୍ରକଳ୍ପ ସ୍ୱତନ୍ତ୍ର ଶିକ୍ଷକ ଯୋଗାଇବା, ଅଧିକ ଥେରାପିଷ୍ଟ ନିୟୋଜନ କରିବା ଏବଂ ମାନସିକ ସ୍ତରରେ ଅସୁବିଧା ଭୋଗୁଥିବା ପିଲାମାନଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବ, ଯଦ୍ବାରା ସେମାନେ ଏକ ସମ୍ମାନଜନକ ଜୀବନଯାପନ କରିବେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନିଗମ, ଏନଜିଓ, ସ୍ବତନ୍ତ୍ର ଶିକ୍ଷାବିତ୍, ଥେରାପିଷ୍ଟ ଏବଂ ବୌଦ୍ଧିକ ଅନଗ୍ରସର ପ୍ରାପ୍ତ ପିଲାମାନେ ଯୋଗ ଦେଇଥିଲେ।
ପ୍ରୋଗ୍ରାମ ମ୍ୟାନେଜର-ଶର୍ମିଷ୍ଠା ମହାରଣା, ଭି-ଗାର୍ଡ ସହଯୋଗୀ ଚିନ୍ମୟ ବେହେରା, ଓଆରଏଫ ପରାମର୍ଶଦାତା ସାଇରା ସନ୍ନି, ଓଆରଏଫ ମ୍ୟାନେଜର ଆୟଶା ପ୍ରକାଶ ଏବଂ ପ୍ରୋଗ୍ରାମ ଅଫିସର ଜୟଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.