ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ଅର୍ଜୁନ୍ ଆୱାର୍ଡ

ନୂଆଦିଲ୍ଲୀ: ଭାରତୀୟ ଦଳର ପେସ୍ ବୋଲର ମହମ୍ମଦ ସାମିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବାରେ ସାମି ହେଉଛନ୍ତି ୫୮ତମ ଖେଳାଳୀ । ଭାରତୀୟ କ୍ରିକେଟରେ ଉତ୍କୃଷ୍ଟ  କ୍ରୀଡା ପ୍ରଦର୍ଶନ ଲାଗି ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସାମିଙ୍କ ବ୍ୟତୀତ ଆହୁରି ୨୫ଜଣ ଖେଳାଳୀଙ୍କୁ ସମ୍ମାନୀତ କରାଯାଇଛି।

ପୁରସ୍କାର ଗ୍ରହଣ କରିବା ପରେ ସାମି କହିଛନ୍ତି ତାଙ୍କର ଏକ ବଡ ସ୍ବପ୍ନ ପୁରା ହୋଇଛି। ଏହି ପୁରସ୍କାର ପାଇବାକୁ  ପ୍ରାୟ ସବୁ ଖେଳାଳୀଙ୍କର ଏକ ସ୍ବପ୍ନ ଥାଏ । ଆଉ  ସବୁ ଖେଳାଳୀ ଏଥିଲାଗି ସାରା ଜୀବନ ପ୍ରୟାସ ଜାରି ରଖିଥାନ୍ତି । ମାତ୍ର ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ । ମୋତେ ଏହି ପୁରସ୍କାର ମିଳୁଥିବାରୁ ମୁଁ ବହୁତ ଭାଗ୍ୟବାନ ।

ତେବେ ସାମିଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ ଓ ଅନ୍ୟ ଖେଳାଳିମାନଙ୍କ ନାଁ ତାଲିକାରେ ରହିଛି। ତେବେ ୨୦୨୧ ମସିହାରେ ଶିଖର ଧାୱନ ଶେଷ ଥର ପାଇଁ ଏହି ପୁରସ୍କାର ହାସଲ କରିଥିଲେ। ୨୦୨୨ ମସିହାରେ କୌଣସି ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇନଥିଲା। ଚଳିତ ବର୍ଷ ସାମିଙ୍କୁ ଏହି ପୁରସ୍କାର ମିଳିଛି।

Comments are closed.