ଭୁବନେଶ୍ୱର : ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ହସ୍ପିଟାଲର ଲାଇସେନ୍ସ ରଦ୍ଧ ଏବଂ ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ଗିରଫ କରିବାକୁ ଦାବି କରିଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ଛାତ୍ର ସଂଗଠନ। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କ ବାସଭବନକୁ ଘେରାଉ କରିବା ସହିତ ଟମାଟୋ ମାଡ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମେଡିକାଲର ମାଲିକ ତିରୁପତି ପାଣିଗ୍ରାହୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ହସ୍ପିଟାଲରେ ଘଟିଥିବା ଅଭାବନୀୟ ଘଟଣା ବିରୋଧରେ ଅସନ୍ତୋଷ ତେଜିବାରେ ଲାଗିଛି। ଏନେଇ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ଛାତ୍ର ସଂଗଠନ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ବେଳେ ଅଟକାଇଥିଲା ପୋଲିସ। ମାଲିକଙ୍କୁ ତୁରନ୍ତ ଗିରଫ ଓ ପରିବାରକୁ ୧ କୋଟି ଦେବାକୁ ଦାବି କରିଛନ୍ତି ଛାତ୍ର ସଂଗଠନ। । ଯଦି ଦାବି ପୂରଣ ନହୁଏ ଆଗକୁ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ସଂଘ। ବିରୋଧ ବେଳେ ପୋଲିସ ସହ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
Popular Categories



