www.samajalive.in
Tuesday, December 9, 2025
15.1 C
Bhubaneswar

ଫେବ୍ରୁଆରୀରେ ସୂର୍ଯ୍ୟଙ୍କ ଭଳି ଚମକିବ ଏହି ସବୁ ରାଶି ମାନଙ୍କର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଗ୍ରହଙ୍କ ବିଷୟରେ ବିଭିନ୍ନ ତଥ୍ୟ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟଦେବତାଙ୍କୁ ଗ୍ରହ ମାନଙ୍କ ରାଜା ବୋଲି କୁହାଯାଏ। ୧୫ଜାନୁଆରୀ ୨୦୨୪ରେ ସୂର୍ଯ୍ୟଦେବତା ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଦେବତା ମକର ରାଶିରେ ପ୍ରବେଶ ପରେ ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡିବ..
ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ଉନ୍ନତି ହେବ। ମାନ-ସମ୍ମାନ,ପ୍ରତିଷ୍ଠା ପ୍ରାପ୍ତି ହେବ। ଘରେ ଉତ୍ସବ ପରିବେଶ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସଂଘର୍ଷ ସହ କର୍ମକ୍ଷେତ୍ରରେ ସଫଳତା ମିଳିବ। ସଫଳତା ପ୍ରାପ୍ତିରେ ସାମାନ୍ୟ ବିଳମ୍ବ ହୋଇପାରେ। ନିଜର ଚେଷ୍ଟା ଜାରି ରଖିବେ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ସାମାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ହଠାତ୍‌‌ କିଛି ଲାଭ ମିଳିବ। ଅଯଥା ପରିଶ୍ରମ କରିବାକୁ ପଡିପାରେ। ପ୍ରତ୍ୟେକ କାର୍ଯ୍ୟରେ ନିଜ ଚେଷ୍ଟା ଜାରି ରଖନ୍ତୁ।
କର୍କଟ ରାଶି – ନୂତନ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବେ। ପରିବାରରେ ସଭିଁଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ନଚେତ୍‌‌ କଳହ ହୋଇପାରେ। ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି। ଭାବନାରେ ନିୟନ୍ତ୍ରଣ ରଖିଲେ ଲାଭ ମିଳିବ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଭ ସହ ଶୁଭଫଳ ମିଳିବ। ଶତ୍ରୁ ପରାଜୟ ହେବେ। ବିବାଦ ଓ ଋଣରୁ ମୁକ୍ତି ମିଳିବ। ପୁରୁଣା କାର୍ଯ୍ୟ ପାଇଁ ପ୍ରଂଶସିତ ହେବା ସହ ଲାଭ ମିଳିବ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ସଠିକ୍‌‌ ନିଷ୍ପତ୍ତି ନିଅନ୍ତୁ। ସତର୍କତା ସହ ସମସ୍ତ କାର୍ଯ୍ୟ କରନ୍ତୁ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରୁ ଲାଭ ମିଳିବ। ନୂଆ ଜିନିଷ କିଣିବାର ଯୋଗ ରହିଛି। ମାଆଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପରିଜନ ଓ ବନ୍ଧୁଙ୍କ ସହଯୋଗ ମିଳିବ। ଅଧିକାଂଶ କାର୍ଯ୍ୟରେ ନିଜ ଇଚ୍ଛା ଅନୁଯାୟୀ ସଫଳତା ମିଳିବ। ଶନିଙ୍କ ପ୍ରଭାବ ମଧ୍ୟ କମିବ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ପରିବାର ସଦସ୍ୟଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ଭାବନାରେ ନିୟନ୍ତ୍ରଣ ରଖିବା ସହ ସଠିକ୍‌‌ ନିଷ୍ପତ୍ତି ନିଅନ୍ତୁ।
ମକର – ଏହି ରାଶିର ବ୍ୟକ୍ତିଙ୍କର ଯାତ୍ରାର ଯୋଗ ରହିଛି। ହଠାତ୍‌‌ ସ୍ଥାନ ପରିବର୍ତ୍ତନ କରି ପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ସହ ଭାବିଚିନ୍ତି କାର୍ଯ୍ୟ କରନ୍ତୁ।
କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜିନିଷ ପାଇଁ ଖର୍ଚ୍ଚାନ୍ତ ହୋଇ ପାରନ୍ତି। ବିବାଦୀୟ ମାମଲାରେ ସଫଳତା ମିଳିବ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଉନ୍ନତି ସହ ସଫଳତା ମିଳିବ। ଅଟକି ଥିବା କାର୍ଯ୍ୟ ଶେଷ ହେବ। ସମସ୍ୟାର ସମାଧାନ ହେବା ସହ ସମ୍ମାନ ପ୍ରାପ୍ତି ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories