www.samajalive.in
Saturday, December 6, 2025
19.1 C
Bhubaneswar

ଜାତୀୟ ପ୍ରେସ୍‍ ଦିବସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ୧୯୫୬ରେ ପ୍ରେସ୍ କମିଶନ୍ ପ୍ରତିଷ୍ଠା ହୋଇଥିଲା। କମିଶନଙ୍କ ସୁପାରିଶ କ୍ରମେ ୧୯୬୬ ଜୁଲାଇ ୪ ତାରିଖରେ ‘ଭାରତୀୟ ପ୍ରେସ୍ କାଉନସିଲ୍‌’ ସ୍ଥାପିତ ହୋଇଥିଲା। ସେହି ବର୍ଷ ନଭେମ୍ବର ୧୬ରୁ ପ୍ରେସ୍ କାଉନସିଲ୍ ର କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା। ସେହି ଦିନଟକୁ ସ୍ମରଣ କରିବା ପାଇଁ ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ନଭେମ୍ବର ୧୬ ତାରଖକୁ ‘ଜାତୀୟ ପ୍ରେସ୍ ଦିବସ’ ଭାବେ ପାଳନ କରାଯାଇଆସୁଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଜାତୀୟ ପ୍ରେସ୍‍ ଦିବସ ଅବସରରେ ଗଣମାଧ୍ୟମ ସମୁଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍‍ କରି କହିଛନ୍ତି ଯେ, ପ୍ରେସ୍‍ ସ୍ୱାଧୀନତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ଆବଶ୍ୟକତା ଏବଂ ସରକାର ଏହା ବଜାୟ ରଖିବା ପାଇଁ ଚେଷ୍ଟା କରୁଛନ୍ତି। ଶ୍ରୀ ଜାଭେଡକର ଆହୁରି କହିଛନ୍ତି ଯେ, ମିଡ଼ିଆ ସମାଲୋଚନା କରିପାରିବ କିନ୍ତୁ ନକଲି ସମ୍ବାଦ ଏବଂ ଭୁଲ ଖବର ପ୍ରସାରଣରୁ ବିରତ ରହିବା ଦରକାର। ପ୍ରତ୍ୟେକ ସ୍ୱାଧୀନତାର ଏକ ନିୟମ ରହିଛି ବୋଲି ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories