www.samajalive.in
Sunday, December 14, 2025
23.1 C
Bhubaneswar

ଶାହାଙ୍କୁ ସମନ କର – ଜୟରାମ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମନ ଜାରି କରିବା ସହ ପଚରାଉଚରା ପାଇଁ ସିବିଆଇ ମୁଖ୍ୟଙ୍କୁ ପତ୍ର ଲେଖିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ। କିଛିଦିନ ତଳେ ଗତଥରର ମେଘାଳୟ ସରକାରକୁ ଦୁର୍ନୀତିଗ୍ରସ୍ତ ବୋଲି ଅମିତ ଶାହା ଦର୍ଶାଇଥିଲେ। ଶାହାଙ୍କ ଏପରି ମନ୍ତବ୍ୟରେ କେତେ ସତ୍ୟତା ରହିଛି ସେ ସମ୍ପର୍କରେ ତଦନ୍ତ କରିବାକୁ ଜୟରାମ ସିବିଆଇ ମୁଖ୍ୟଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଜୟରାମ ଦର୍ଶାଇଛନ୍ତି ଗତ ଫେବୃଆରୀ ୧୭ରେ ଅମିତ ଶାହା ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ ଗତଥରର ମେଘାଳୟ ସରକାରଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଦର୍ଶାଇଥିଲେ। ଅମିତ ଶାହା ଦେଶର ଗୃହ ମନ୍ତ୍ରୀ ଥିବାରୁ ସେ ବିଭିନ୍ନ ସୂତ୍ରରୁ ଖବର ପାଇ ଏପରି ମନ୍ତବ୍ୟ ଦେଇଥିବେ। ତେବେ ଦୁର୍ନୀତିଗ୍ରସ୍ତ ମେଘାଳୟ ସରକାର ବିରୋଧରେ ଶାହା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେଣୁ ଦେଶର ହିତ ପାଇଁ ସିବିଆଇ ତରଫରୁ ଶାହାଙ୍କୁ ସମନ ଜାରି କରାଯିବା ସହ ମେଘାଳୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ସେ କ’ଣ ଜାଣିଛନ୍ତି ସେ ନେଇ ପଚରାଉଚରା କରାଯିବା ଉଚିତ। ସେହିପରି ମେଘାଳୟ ସରକାରର ଦୁର୍ନୀତି ସମ୍ପର୍କରେ ଜାଣି ମଧ୍ୟ ଚୁପ୍‌ ରହିବାକୁ ନେଇ ଶାହାଙ୍କ ଉପରେ କୌଣସି ପ୍ରକାର ଚାପ ପଡ଼ିଥିଲା କି ନାହିଁ ତାହାର ତଦନ୍ତ ହେବା ଆବଶ୍ୟକ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories