www.samajalive.in
Saturday, December 13, 2025
21.1 C
Bhubaneswar

କାଶ୍ମୀର ବରଫାବୃତ ଅଞ୍ଚଳକୁ ଗଲେ ୧୮୯ କର୍ମଚାରୀ

ଶ୍ରୀନଗର: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଚଳିତମାସ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ପ୍ରର୍ଯ୍ୟାୟରେ ଜାମ୍ମୁ-କାଶ୍ମୀରର ଉଦ୍ଧାମପୁର-କାଠୁଆ ଆସନ ପାଇଁ ଭୋଟଗ୍ରହଣ କରାଯିବ। ଏଥିପାଇଁ ଶୁକ୍ରବାର ୧୮୯ ନିର୍ବାଚନ ପରିଚାଳନା କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ବରଫାବୃତ କିସ୍ତୱାଡକୁ ନିଆଯାଇଛି। ଏମାନେ ବରଫରେ ଚାଲି ଚାଲି ମାରୱା ଓ ୱାରୱନ୍‌ ଭଳି ଦୁର୍ଗମ ସ୍ଥାନକୁ ଯିବେ ବୋଲି ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ଏହି ପର୍ଯ୍ୟାୟରେ ମୋଟ ୧୨ ଜଣ ପ୍ରାର୍ଥୀ ଉଦ୍ଧାମପୁର ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଶୀତଋତୁରେ ପ୍ରାୟ ୪ ମାସ କିସ୍ତୱାଡ୍‌ର ଏହି ଅଞ୍ଚଳଗୁଡିକ ୮/୧୦ ଫୁଟ ଗଭୀର ଘନ ବରଫରେ ଆଚ୍ଛାଦିତ ହୋଇଥାଏ। ପ୍ରଥମ ପର୍ଯ୍ୟାୟ ପାଇଁ ଏହି ଦୁର୍ଗମ ଅଞ୍ଚଳରେ ୩୪ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ପ୍ରତିକୂଳ ପାଣିପାଗ, ଆଭ୍ୟନ୍ତରୀଣ ନିରାପତ୍ତା ଭଳି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ନିର୍ବାଚନ ପରିଚାଳନା କର୍ମଚାରୀଙ୍କୁ ଆଗୁଆ ଏହି ଅଞ୍ଚଳକୁ ପଠାଯାଇଥିବା କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories