www.samajalive.in
Monday, December 15, 2025
16.1 C
Bhubaneswar

ଚରିତ୍ରକୁ ସନ୍ଦେହ କରି ୨୩୦କିମି ଯାଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ବେଙ୍ଗାଲୁରୁ: ପୁଅ ଜନ୍ମକୁ ମାତ୍ର ୧୧ ଦିନ ହୋଇଛି। ଏହା ସତ୍ତ୍ବେ ଦୀର୍ଘ ୨୩୦ କିଲୋମିଟର ଯାଇ ପତ୍ନୀଙ୍କୁ ହତ୍ୟା କରିଛନ୍ତି କର୍ଣ୍ଣାଟକର ଜଣେ ପୁଲିସ କନ୍‌ଷ୍ଟେବଳ। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପୁଲିସ କର୍ମଚାରୀ ୨୩୦ କିଲୋମିଟର ଦୂର ଶ୍ବଶୁର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ କୀଟନାଶକ ଖୁଆଇବା ପରେ ଓଢ଼ଣିରେ ଗଳା ଚିପି ହତ୍ୟା କରିଛନ୍ତି। ଏହା ପୂର୍ବରୁ ସେ ପତ୍ନୀଙ୍କୁ ରାତିକ ମଧ୍ୟରେ ୧୫୦ ଥର ଫୋନ୍‌ କରିଥିବା ଜଣାଯାଇଛି।

ସୂଚନାନୁଯାୟୀ, କନ୍‌ଷ୍ଟେବଲ୍‌ କିଶୋର ଡି (୩୨) ପତ୍ନୀ ପ୍ରତିଭା (୨୪)ଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ପ୍ରସବ ଯୋଗୁଁ ନିଜ ଘରେ ଥିବା ପ୍ରତିଭାଙ୍କୁ ସେ ରବିବାର ସନ୍ଧ୍ୟାରେ ଫୋନ୍‌ରେ ଗାଳିଗୁଲଜ୍‌ କରିଥିଲେ। ପ୍ରତିଭା କାନ୍ଦିବାରୁ ତାଙ୍କ ମା’ ଫୋନ୍‌ ବନ୍ଦ କରିଦେଇ ଥିଲେ। ଏହା ସତ୍ତ୍ବେ କିଶୋର ରବିବାର ରାତି ସାରା ତାଙ୍କୁ ଫୋନ୍‌ କରି ଚାଲିଥିଲେ। ସୋମବାର ସକାଳେ ଉତ୍ତ୍ୟକ୍ତ କିଶୋର ନିଯୁକ୍ତି ସ୍ଥାନ କାମରାଜ ନଗରଠାରୁ ୨୩୦ କିମି ଦୂର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ଥିବା ଶ୍ବଶୁର ଘରେ ପହଞ୍ଚିଥିଲେ। ଶ୍ବଶୁର ଘରେ ସେ ପତ୍ନୀଙ୍କ ଫୋନ୍‌ର କଲ୍‌ ଓ ବାର୍ତ୍ତାଗୁଡ଼ିକୁ ଯାଞ୍ଚ କରିବା ପରେ କାହା କାହା ସହିତ ସମ୍ପର୍କ ରଖିଛନ୍ତି ପଚାରିଥିଲେ। ପରେ ପ୍ରତିଭା ପୁଅ ସହ ଘରେ ଏକା ଥିଲାବେଳେ ଘର ଭିତରୁ ବନ୍ଦ କରି ତାଙ୍କୁ ହତ୍ୟା କରିଥିଲେ। କିଛି ସମୟ ପରେ ଶାଶୂ କବାଟ ବନ୍ଦ ଥିବା ଦେଖି ସନ୍ଦେହରେ ବାଡ଼େଇଥିଲେ। ଦୀର୍ଘ ସମୟ ପରେ କିଶୋର କବାଟ ଖୋଲି ବିଚଳିତ ଭାବେ ପ୍ରତିଭାଙ୍କୁ ହତ୍ୟା କରିଥିବା କହିଥିଲେ ଓ ଘରୁ ତତ୍‌କ୍ଷଣାତ୍‌ ପଳାଇଥିଲେ। କିଶୋରଙ୍କୁ ହସ୍‌କୋଟ ପୁଲିସ ଗିରଫ କରିବା ପରେ ସେ ମଧ୍ୟ ବିଷ ଖାଇଥିବା ଜାଣି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନାନୁଯାୟୀ, ପ୍ରତିଭା ଜଣେ ଡିଗ୍ରୀ ଇଞ୍ଜିନିୟର। ୨୦୨୨ ନଭେମ୍ବର ୧୩ରେ ତାଙ୍କର କିଶୋରଙ୍କ ସହ ବିବାହ ହୋଇଥିଲା। କିଶୋର ପୂର୍ବରୁ ପ୍ରତିଭାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories