www.samajalive.in
Friday, December 12, 2025
14.1 C
Bhubaneswar

ଚରିତ୍ରକୁ ସନ୍ଦେହ କରି ୨୩୦କିମି ଯାଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ବେଙ୍ଗାଲୁରୁ: ପୁଅ ଜନ୍ମକୁ ମାତ୍ର ୧୧ ଦିନ ହୋଇଛି। ଏହା ସତ୍ତ୍ବେ ଦୀର୍ଘ ୨୩୦ କିଲୋମିଟର ଯାଇ ପତ୍ନୀଙ୍କୁ ହତ୍ୟା କରିଛନ୍ତି କର୍ଣ୍ଣାଟକର ଜଣେ ପୁଲିସ କନ୍‌ଷ୍ଟେବଳ। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପୁଲିସ କର୍ମଚାରୀ ୨୩୦ କିଲୋମିଟର ଦୂର ଶ୍ବଶୁର ଘରେ ପହଞ୍ଚି ପ୍ରଥମେ ପତ୍ନୀଙ୍କୁ କୀଟନାଶକ ଖୁଆଇବା ପରେ ଓଢ଼ଣିରେ ଗଳା ଚିପି ହତ୍ୟା କରିଛନ୍ତି। ଏହା ପୂର୍ବରୁ ସେ ପତ୍ନୀଙ୍କୁ ରାତିକ ମଧ୍ୟରେ ୧୫୦ ଥର ଫୋନ୍‌ କରିଥିବା ଜଣାଯାଇଛି।

ସୂଚନାନୁଯାୟୀ, କନ୍‌ଷ୍ଟେବଲ୍‌ କିଶୋର ଡି (୩୨) ପତ୍ନୀ ପ୍ରତିଭା (୨୪)ଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ପ୍ରସବ ଯୋଗୁଁ ନିଜ ଘରେ ଥିବା ପ୍ରତିଭାଙ୍କୁ ସେ ରବିବାର ସନ୍ଧ୍ୟାରେ ଫୋନ୍‌ରେ ଗାଳିଗୁଲଜ୍‌ କରିଥିଲେ। ପ୍ରତିଭା କାନ୍ଦିବାରୁ ତାଙ୍କ ମା’ ଫୋନ୍‌ ବନ୍ଦ କରିଦେଇ ଥିଲେ। ଏହା ସତ୍ତ୍ବେ କିଶୋର ରବିବାର ରାତି ସାରା ତାଙ୍କୁ ଫୋନ୍‌ କରି ଚାଲିଥିଲେ। ସୋମବାର ସକାଳେ ଉତ୍ତ୍ୟକ୍ତ କିଶୋର ନିଯୁକ୍ତି ସ୍ଥାନ କାମରାଜ ନଗରଠାରୁ ୨୩୦ କିମି ଦୂର ବେଙ୍ଗାଲୁରୁ ଗ୍ରାମାଞ୍ଚଳରେ ଥିବା ଶ୍ବଶୁର ଘରେ ପହଞ୍ଚିଥିଲେ। ଶ୍ବଶୁର ଘରେ ସେ ପତ୍ନୀଙ୍କ ଫୋନ୍‌ର କଲ୍‌ ଓ ବାର୍ତ୍ତାଗୁଡ଼ିକୁ ଯାଞ୍ଚ କରିବା ପରେ କାହା କାହା ସହିତ ସମ୍ପର୍କ ରଖିଛନ୍ତି ପଚାରିଥିଲେ। ପରେ ପ୍ରତିଭା ପୁଅ ସହ ଘରେ ଏକା ଥିଲାବେଳେ ଘର ଭିତରୁ ବନ୍ଦ କରି ତାଙ୍କୁ ହତ୍ୟା କରିଥିଲେ। କିଛି ସମୟ ପରେ ଶାଶୂ କବାଟ ବନ୍ଦ ଥିବା ଦେଖି ସନ୍ଦେହରେ ବାଡ଼େଇଥିଲେ। ଦୀର୍ଘ ସମୟ ପରେ କିଶୋର କବାଟ ଖୋଲି ବିଚଳିତ ଭାବେ ପ୍ରତିଭାଙ୍କୁ ହତ୍ୟା କରିଥିବା କହିଥିଲେ ଓ ଘରୁ ତତ୍‌କ୍ଷଣାତ୍‌ ପଳାଇଥିଲେ। କିଶୋରଙ୍କୁ ହସ୍‌କୋଟ ପୁଲିସ ଗିରଫ କରିବା ପରେ ସେ ମଧ୍ୟ ବିଷ ଖାଇଥିବା ଜାଣି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୂଚନାନୁଯାୟୀ, ପ୍ରତିଭା ଜଣେ ଡିଗ୍ରୀ ଇଞ୍ଜିନିୟର। ୨୦୨୨ ନଭେମ୍ବର ୧୩ରେ ତାଙ୍କର କିଶୋରଙ୍କ ସହ ବିବାହ ହୋଇଥିଲା। କିଶୋର ପୂର୍ବରୁ ପ୍ରତିଭାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories