www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟପ୍ରଦେଶରେ ବିଜେପି ବିରୋଧରେ କଂଗ୍ରେସ-ବିଏସ୍‍ପି ମେଣ୍ଟ ଆବଶ୍ୟକ: ନ୍ୟାସନାଲ ହେରାଲ୍ଡ ସର୍ଭେ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେପିକୁ ପରାଜିତ କରିବାକୁ ହେଲେ କଂଗ୍ରେସକୁ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ସହିତ ମେଣ୍ଟ କରିବାକୁ ହେବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ଏବଂ ମାୟାବତୀଙ୍କ ନେତୃତ୍ୱାଧୀନ ବିଏସ୍‍ପି ଯଦି କୌଣସି କାରଣରୁ ରାଜ୍ୟରେ ମେଣ୍ଟ କରିବାରେ ବିଫଳ ହୁଅନ୍ତି ତା’ହେଲେ ବିଜେପି ଅନାୟାସରେ ନିର୍ବାଚନ ଜିତିବ ବୋଲି ପ୍ରମୁଖ ଗଣମାଧ୍ୟମ ‘ନ୍ୟାସନାଲ ହେରାଲ୍ଡ’ ଏହାର ଏକ ଅନୁଧ୍ୟାନମୂଳକ ରିପୋର୍ଟରେ ଉଲ୍ଲେଖ କରିଛି। ଏଥିରେ କୁହାଯାଇଛି, ଯଦି ରାଜ୍ୟରେ କଂଗ୍ରେସ ଏବଂ ବିଏସ୍‍ପି ଏକାଠି ନିର୍ବାଚନ ନ ଲଢନ୍ତି ସେଭଳି ସ୍ଥିତିରେ ବିଜେପି ୨୩୦ ଆସନ ବିଶିଷ୍ଟ ବିଧାନସଭାରେ ସହଜରେ ୧୪୭ ଆସନ ସହିତ ସଂଖ୍ୟାଗରିଷ୍ଠତା ଲାଭ କରିବ। କଂଗ୍ରେସ ପ୍ରାୟ ୭୩ ଆସନ ସହ ଦ୍ୱିତୀୟ ବୃହତ୍‍ ଦଳ ହେବ। ବଳକା ଆସନ ବିଏସ୍‍ପି ଏବଂ ଅନ୍ୟାନ୍ୟକୁ ମିଳିବ। ତେବେ କଂଗ୍ରେସ ଓ ବିଏସ୍‍ପି ହାତ ମିଳାଇଲେ ନ୍ୟାସନାଲ ହେରାଲ୍ଡର ଏହି ଆକଳନ ମଧ୍ୟ ଓଲଟା ପଡିପାରେ। ଏପରି ସ୍ଥିତିରେ ଏହି ମେଣ୍ଟକୁ ୧୦୩ ଆସନ ମିଳିବ ଯାହାକି ସଂଖ୍ୟାଗରିଷ୍ଠତାଠାରୁ ୧୨ଟି ଆସନ କମ୍‍। ବିରୋଧୀଙ୍କ ମେଣ୍ଟ ସତ୍ତ୍ବେ ବିଜେପି ଅଧିକ ଆସନ ଲାଭ କରିବାର ସମ୍ଭାବନା ରହିଛି; କିନ୍ତୁ ଏହାର ଆସନ ସଂଖ୍ୟା ୧୨୬ଟି ମଧ୍ୟରେ ସୀମିତ ରହିବ। ଫଳରେ ଦଳକୁ ସଂଖ୍ୟାଗରିଷ୍ଠତା ଯୋଗାଡ଼ କରିବାକୁ ହେବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories