ନୂଆପାଟଣାରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଲୋକଙ୍କ ଚାହିଦା ବଢ଼ିଲେ ହସ୍ତତନ୍ତ ସମୃଦ୍ଧ ହେବ

ତିଗିରିଆ :  ତିଗିରିଆ ବ୍ଳକ ଅନ୍ତର୍ଗତ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣା ଗ୍ରାମର ନୂଆପାଟଣା ନଂ – ୨ ତନ୍ତୁବାୟ ସହଯୋଗ ସମିତି ଲିଃ ଆନୁକୂଲ୍ୟରେ ନବମ ଜାତୀୟ ହସ୍ତତନ୍ତ ଦିବସ ସୋମବାର ପାଳିତ ହୋଇଯାଇଛି । ଏହି ଅବସରରେ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠାନର ସଭାପତି ପ୍ରସନ୍ନ ଗୁଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବୟନ ମଣ୍ଡଳ ନିରୀକ୍ଷକ ଦାମୋଦର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୟନ ମଣ୍ଡଳର ପଦାଧିକାରୀ ସୁକାନ୍ତ ପରିଡ଼ା, ମନୋରମା ପାଳ, ବିଚିତ୍ର ଦାସ, ସମବାୟବିତ୍  ପ୍ରଦୀପ କୁମାର ବର୍ଦ୍ଧନ ପ୍ରମୁଖ ଯୋଗଦେଇଥିଲେ। ହସ୍ତତନ୍ତ ଉତ୍ପାଦିତ ବସ୍ତ୍ର ସାମଗ୍ରୀ ପ୍ରତି ଲୋକଙ୍କ ଚାହିଦା ବଢ଼ିଲେ ହସ୍ତତନ୍ତର ସମୃଦ୍ଧ ହେବା ସହିତ ବୁଣାକାର ପରିବାରର ବିକାଶ ସମ୍ଭବ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଲୋକଙ୍କ ଚାହିଦା ବଢ଼ିବାକୁ ହେଲେ ହସ୍ତତନ୍ତ ଉତ୍ପାଦିତ ସାମଗ୍ରୀର କଳା କାରିଗରୀ ଏବଂ ଉତ୍କୃଷ୍ଟତା ମଧ୍ୟ ଚାହିଦା ମୁତାବକ ଯୁଗପୋଯୋଗୀ ବିକଶିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ସମସ୍ତ ପରିଚାଳନା କମିଟି ସଦସ୍ୟ ଏବଂ ସ୍ଥାନୀୟ ବୁଣାକାରମାନେ ଯୋଗ ଦେଇଥିଲେ। ସମିତି ସମ୍ପାଦକ ବିଜୟ କୁମାର ଭଞ୍ଜ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.