www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ : ଜେପି ନଡ୍ଡାଙ୍କ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ : ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ସୋମବାର ଜେପି ନଡ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ  ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି। ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ସହିତ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସମ୍ମାନିତ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଜେପି ନଡ୍ଡାଙ୍କୁ ଚୟନ କରାଯିବା ଶତପ୍ରତିଶତ ଆଶା ଦେଖାଯାଉଛି । ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ଜେପି ନଡ୍ଡା ଗତ ବର୍ଷ ଠାରୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ଅଛନ୍ତି । କିନ୍ତୁ ଏବେ ତାଙ୍କୁ ପାର୍ଟିର ସଂପୂର୍ଣ୍ଣ ଦାୟିତ୍ୱ ମିଳିଯିବ । ବିଜେପି ଜଣେ ବ୍ୟକ୍ତି ଗୋଟିଏ ପଦ ନିୟମରେ କାମ କରୁଛି । ଏହି କାରଣରୁ ଗୃହମନ୍ତ୍ରୀ ଅମିତ ଶାହା ଏବେ ଅଧ୍ୟକ୍ଷ ପଦର ଦାୟିତ୍ୱରେ ରହିବେ ନାହିଁ ।

ଅମିତ ଶାହା ବିଗତ ସାଢ଼େ ୫ ବର୍ଷ ହେବ ଦଳର ନେତୃତ୍ୱ ନେଇଛନ୍ତି । ତାଙ୍କର କାର୍ଯ୍ୟକାଳ ଶେଷ ହୋଇଯିବ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories