www.samajalive.in
Saturday, December 6, 2025
19.1 C
Bhubaneswar

୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ମଣିଷ ପଠାଇବ ଆମେରିକା

ୱାଶିଂଟନ୍‌: ଭାରତର ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ଇତି ମଧ୍ୟରେ ୫୦ ବର୍ଷ ପରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପୁଣି ଥରେ ଚନ୍ଦ୍ରକୁ ମଣିଷ ପଠାଇବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ପୁଣିଥରେ ସେ ଚନ୍ଦ୍ରକୁ ମଣିଷ ପଠାଇବ ବୋଲି ଘୋଷଣା କରିଛି ନାସା। ଏଥିପାଇଁ ଏକ ଭୂବିଜ୍ଞାନ ଦଳ ଚୟନ କରାଯାଇଛି, ଯିଏ ଏକ ସଫଳ ମିଶନ୍ ପାଇଁ ରଣନୀତି ପ୍ରସ୍ତୁତ କରିବ।

ଏଠାରେ ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ୧୯୬୯ ମସିହାରେ ଚନ୍ଦ୍ରରେ ପାଦ ରଖିଥିଲା ମଣିଷ। ସେତେବେଳେ ନିଲ୍ ଆର୍ମଷ୍ଟ୍ରଙ୍ଗ ଏବଂ ତାଙ୍କ ସାଥୀମାନେ ଯାଇଥିଲେ। ତେବେ ୧୯୭୨ ପରେ ଚନ୍ଦ୍ରକୁ କୌଣସି ମାନବ ମିଶନ ପଠାଯାଇ ନାହିଁ।

- Advertisement -

ସୂଚନା ଅନୁସାରେ, ବୈଜ୍ଞାନିକମାନେ ଚନ୍ଦ୍ରରେ ଜନ ବସତି ସ୍ଥାପନ ପାଇଁ ଗବେଷଣା କରିବାକୁ ଚାହୁଁଛନ୍ତି। ତେଣୁ ନାସାର ଆର୍ଟେମିସ୍ ତୃତୀୟ ମିଶନ ଚନ୍ଦ୍ରରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଛି। ଏହା ସହିତ ନାସା ନିଷ୍ପତ୍ତି ନେଇଛି ଯେ, ଚନ୍ଦ୍ରକୁ ଯେଉଁ ଟିମ୍‌ ପଠାଯିବ ସେଥିରେ ମହିଳା ମଧ୍ୟ ସାମିଲ ହେବେ ଏବଂ ମିଶନକୁ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ପଠାଯିବ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories