www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଶିକ୍ଷକ ମୃତ

ନର୍ଲା: କଳାହାଣ୍ଡି ଜିଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଭାୟା ବାଲିପଡା ଦେଇ ଯାଇଥିବା ପିଡବ୍ଲୁଡି ରାସ୍ତାର ନିଘୁପଡା ଛକ ଠାରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି।
ସୂଚନା ମୁତାବକ ନର୍ଲା ବ୍ଲକ୍ ଘୋଡାବନ୍ଧ ପଞ୍ଚାୟତ ଅଧିନ ଯୋଡାବନ୍ଧ ଗ୍ରାମର ଜଗତ ନାଗଙ୍କ ପୁଅ ଜୀବିତ ନାଗ ୫୨ ଉକ୍ତ ବ୍ଲକ ଅଧିନ ଗିଗିନା ଗ୍ରାମ ପଞ୍ଚାୟତର ସିନାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାଉଥିଲେ। ଆଜି ଅପରାହ୍ନ ପ୍ରାୟ ୩ଘଣ୍ଟା ସମୟରେ ଅଫିସ୍ କାର୍ଯ୍ୟରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ଉକ୍ତ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏହି ସମୟରେ ବାଲିପଡା ପଟୁ ଆସୁଥିବା ତିତକେଲା ଗ୍ରାମର ଜଣେ ବ୍ୟକ୍ତି ଆସି ଶିକ୍ଷକ ଜିବିତ୍ ନାଗଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷକ ଜିବିତ୍ ନାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏହି ଖବର୍ ପାଇବା ପରେ ନର୍ଲା ଶିକ୍ଷକ ସଂଘର ଶତାଧିକ ଶିକ୍ଷକ ଘଟଣାସ୍ଥଳରେ ପହଞ୍ଚି ଉଚିତ୍ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରୋକ କରିଥିଲେ। ତେବେ ଘଟଣା ସମ୍ପର୍କରେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ କେସିଙ୍ଗା ପୁଲିସ୍ ଓ ନର୍ଲା ପୁଲିସ୍ ପହଞ୍ଚି ବୁଝାସୁଝା କରିଥିଲେ । ପରେ ସମ୍ପର୍କୀୟ ଓ ପରିବାର ଲୋକେ ପହଞ୍ଚିବାରୁ ଘଟଣାସ୍ଥଳରେ ଶୋକାକୂଳ ପରିବେଶ ଦେଖାଦେଇଥିଲା ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories