www.samajalive.in
Sunday, December 7, 2025
14.1 C
Bhubaneswar

ଇହଧାମରେ ନାହାନ୍ତି ସେବାର ସାଧକ:ଡଃ ସାଧୁରାମ

ନର୍ଲା: ନର୍ଲାବ୍ଲକର ରୁପ୍ରାରୋଡରବରିଷ୍ଠନାଗରିକ,ବିଶିଷ୍ଟସମାଜସେବୀ,ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ,ଦୈନିକ ସମାଜ ଖବର କାଗଜର ନର୍ଲା ବ୍ଲକ ପାଠକ ମଂଚର ସଭାପତି,ଅନେକ ଅନୁଷ୍ଠାନର ନିର୍ମାତା,ସମାଜର କୁଶଳୀ ବିନ୍ଧାଣୀ ଡଃ ସାଧୁରାମ ଅଗ୍ରୱାଲ ଆଉ ଇହଧାମରେ ନାହାନ୍ତି। ମାନବ ସେବା ହିଁ ମାଧବ ସେବାକୁ ନିଜ ଜୀବନର ବ୍ରତ କରି ସେ ଗଢିଥିଲେ ଅନେକ ଅନୁଷ୍ଠାନ। ଅନ୍ୟକୁ ସାହାଯ୍ୟ ସେବାରେ ସେକେବେ ପଛେଇ ନାହାଁନ୍ତି। ଏହାକୁ ନେଇ ନିକଟରେ ସେ କୋଲକାତା ଠାରେ ରୟାଲ ଆମେରିକାନ ୟୁନିଭରସିଟି ତରଫରୁ ପାଇଥିଲେ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି। ନିକଟରେ ସେ ରୁପ୍ରାରୋଡ ହାଇସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିଲେ। ଅତୀତରେ ନିଜ ମାଟିରେ ଡାକ୍ତରଖାନା,ରାସ୍ତାଘାଟ ଠାରୁ ଆରମ୍ଭ କରି ରୁପ୍ରାରୋଡରେ ରେଳ ଷ୍ଟେସନରେ ରେଳ ରହଣୀ କରିବାରେ ତାଙ୍କର ଅଦ୍ୱିତୀୟ ଭୂମିକ ଥିଲା।
ସାଧାରଣ ଲୋକଙ୍କ ସେବାରେ ପରାକ୍ରମୀ ଥିଲେ। କଳାହାଣ୍ଡି ଜିଲ୍ଲାରେ ଟିଡିଏମ କାର୍ଯ୍ୟାଳୟ ପ୍ରତିଷ୍ଠାରେ ମଧ୍ୟ ତାଙ୍କର ଭୂମିକା ଅବିସ୍ମରଣୀୟ। ଅତୀତରେ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ଜୀବନରେ ଅନେକ ସଂଗ୍ରାମ କରି ସୁଦ୍ଧା ସେ ହାରିନଥିଲେ। ମୁଁ ମରିବା ଯାଏଁ ମୋର ସେବା ରହିବ ଓ ମୁଁ ଆଜି ଯାଏଁ ହାରିନାହିଁ ବୋଲି ପ୍ରତ୍ୟହ ଦୃଢୋକ୍ତି ଶୁଣାଉଥିବା ମହାରଥି ଆଜି ଜୀବନର ଯୁଦ୍ଧରେ ହାରି ଯାଇଛନ୍ତି ସତ ହେଲେ ତାଙ୍କର ପ୍ରଚେଷ୍ଟାରେ ହାତଗଢା ଅନୁଷ୍ଠାନ,ପ୍ରତିଷ୍ଠାନ ଚିର ଦିନ ତାଙ୍କରି ଗୁଣ ଗାନ କରିବ। ଡଃ ସାଧୁରାମ ଅଗ୍ରୱାଲଙ୍କ ମୃତ୍ୟୁକୁ କେହି ବିଶ୍ୱାସ କରିପାରୁନଥିବା ବେଳେ ଭାଙ୍ଗିପଡିଛନ୍ତି ସମାଜସେବୀ ମାନେ। ଯୁବ ସମାଜସେବୀ ଯାହାଙ୍କୁ ଗୁରୁ,ଦିଗଦର୍ଶକ,ଉପଦେଷ୍ଠା ବୋଲି ପୂଜ୍ୟପୂଜାର ଆସନ ଦେଇଥିଲେ,ସେ ମହାମାନବଙ୍କ ଅନୁପସ୍ଥିତିକୁ ଝୁରି ହେଉଛନ୍ତି ଅଂଚଳବାସୀ। ଏହି ଖବର ଜଣାପଡିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡି ପୂର୍ବତନ ସାଂସଦ ରାସବିହାରୀ ବେହେରା,ଜଗନ୍ନାଥ ପଟ୍ଟନାୟକ,ବିଧାୟକ ଭୂପିନ୍ଦର ସିଂହ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ,ବିରୋଧିଦଳ ନେତା ପ୍ରଦୀପ ନାଏକ,ଭୂତପୂର୍ବ ବିଧାୟକ କୁମରମଣି ଶବର,ଜୟନ୍ତ ବେହେରା,ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,ରୁପ୍ରାରୋଡ ସରପଂଚ ଚିତରଂଜନ ରଣା,ଜିଲ୍ଲା ବିଜେଡି ଉପ ସଭାପତି ଚିତରଂଜନ ମଣ୍ଡଳ,ସମାଜସେବୀ ମନୋଜ କୁମାର ପଟ୍ଟନାୟକ,କୁମୁଦ ନାଏକ,ଅନିରୁଦ୍ଧ ବିଶ୍ୱାଳ,ଅଶୋକ ଚାନ୍ଦ,ଦେବୀଦେବ ଶର୍ମା,ମେଦିନୀଧର ଜାନୀ,ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ,ସମାଜସେବୀ ସଜ୍ଜନ୍ ଅଗ୍ରୱାଲ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ କରିବାସହ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି। କଳାହାଣ୍ଡି ମାଟି ଆଜି ଏକ  ମାହମାନବ,ଦକ୍ଷ,ସାଧକ,ସେବକ ଓ ସଂଗଠକକୁ ହରେଇଲା ବୋଲି ମତପ୍ରକାଶ ପାଇଛି। 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories