BJD Bijuli 480×75 Mob

ଅନେକ ଦିନର ସ୍ବପ୍ନକୁ ସାକାର କଲେ ବିଧାୟକ

BJD Bijuli 480×75 Mob

ନର୍ଲା : ଅନେକ ଦିନର ସ୍ବପ୍ନ ଅଧୁରା ହୋଇ ରହିଥିଲା । ନର୍ଲା ବ୍ଲକରେ ଯଦିଓ ତହସିଲ କାର୍ୟ୍ୟାଳୟ କାମ କରୁଛି ତଥାପି ଜମି କିଣା ବିକାରେ ନର୍ଲା ବ୍ଲକର ଜନ ସାଧାରଣ ମଦନପୁର ରାମପୁର ଉପରେ ନିର୍ଭରଶୀଳ ଥିଲେ । ଯାହା ଅଞ୍ଚଳବାସୀଙ୍କ ପାଇଁ ଅନେକ କଷ୍ଟସାଧ୍ୟ ବ୍ୟାପାର ଥିଲା । ନର୍ଲାରୁ ମଦନପୁର ରାମପୁରର ଦୂରତା ୨୫ କିଲୋମିଟର ଥିବା ବେଳେ ଲୋକେ ଜମି କାଗଜପତ୍ର କରିଵା ପାଇଁ ଅନେକ ସମସ୍ୟା ଭୋଗୁ ଥିଲେ। ତେଵେ ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଚେଷ୍ଟା ଫଳରେ ଆଜି ପୂର୍ବାହ୍ନରେ ଉଦଘାଟିତ ହୋଇଛି ଉପନିବନ୍ଧନ କାର୍ୟ୍ୟାଳୟ । ମୁଖ୍ୟ ଅତିଥି ଭାବରେ ବିଧାୟକ ଭୂପିନ୍ଦର ସିଂହ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ବିଡିଓ ବାସନ୍ତୀ ସେଠୀ,ତହସିଲଦାର ଶଙ୍କର ବାଗ,ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦ୍ବୀପ,ନର୍ଲା ସରପଞ୍ଚ ତନୁଜା ହରପାଲ୍,ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୌଡିଆ ଯୋଗ ଦେଇଥିଲେ । ସଞ୍ଜୟ ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିଲେ । ସ୍ଥାନୀୟ ଜନ ସାଧାରଣ,ଆଇନଜୀବୀ ସମେତ ତହସିଲ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.