www.samajalive.in
Sunday, December 7, 2025
26.1 C
Bhubaneswar

ବାଲିପଡାରେ ବିଦ୍ୟୁତ ସରବାରହର ଅନିୟମିତତା ; ଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟବାସୀ

ନର୍ଲା : ଦେଶରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି କରୋନା। ସାରା ଦେଶରେ,ରାଜ୍ୟରେ ସରକାର ଲୋକଙ୍କ ସ୍ୱାସ୍ଥ୍ୟଗତ ଜରୁରୀ ସେବା କରୁଥିବା ବେଳେ ନର୍ଲା ବ୍ଲକ ବାଲିପଡା ଫିଡର ଅଧିନସ୍ଥ ବହୁଗାଁ ରେ ଲୋକେ ବିଦ୍ୟୁତ ସରବାରହର ଅଚାନକ ବ୍ୟାଘାତକୁ ନେଇ ଯନ୍ତ୍ରଣା ଭୋଗୁଛନ୍ତି । ଆଜି ଲୋକଙ୍କ ପାଇଁ ଔଷଧ ,ପିଇବା ପାଣି,ରାସନ ସାମଗ୍ରୀ ଯେମିତି ଜରୁରୀ ହୋଇପଡିଛି ସେହିପରି ବିଦ୍ୟୁତ ସେବା ମଧ୍ୟ ଜରୁରୀ । ଲୋକେ ଜୀବନ ଭୟରେ ଘରୁ ବାହାରକୁ ବାହରୁନଥିବା ବେଳେ ଟିଭି,ମୋବାଇଲ୍ ଲୋକଙ୍କ ସମୟ ଅତିବାହିତ ପ୍ରମୁଖ ସାହାର ହୋଇଛି।
ନର୍ଲା ଅଂଚଳରେ ବହୁ ସଂଖ୍ୟାରେ ଲୋକେ ଜ୍ୱର, ବହୁ ରୋଗୀଙ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପରିବାର ଲୋକେ ସଂପୃକ୍ତ ବ୍ୟକ୍ତିକୁ ଆବଦ୍ଧ ଘରେ ସଂଗରୋଧରେ ରଖିଛନ୍ତି। ଗରିବ ଲୋକ ହୋଇଥିବାରୁ ସାମାନ୍ୟ ପଙ୍ଖା ଟିଏ ବ୍ୟବହାର କରି ରୋଗୀ ଟିଏ ନିଜର ରାତି କଟାଉଛି । ବିଦ୍ୟୁତ କାଟ୍‍ ହେଉଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  ରାତି ତମାମ୍ ଲୋକେ ଘରେ ବାହାରେ ହୁଅନ୍ତି । ଆଜିର ପରିସ୍ଥିତିରେ ଗ୍ରାମାଂଚଳରେ ଗମ୍ଭୀର ପରିସ୍ଥିତିରେ ଲୋକେ କାଳାତିପାତ କରୁଥିବା ବେଳେ ରାତିରେ ବିଦ୍ୟୁତ ବିିହୀନେ ପ୍ରଚଣ୍ଡ ଗୁଳୁଗୁଳିରେ ରୋଗୀଙ୍କ ଅବସ୍ଥା କଣ ହେଉଥିବ ତାହା ବିଚାରଯୋଗ୍ୟ। କେବଳ ନର୍ଲା,ରୁପ୍ରାରୋଡ ଭଳି ଅଂଚଳରେ ବିଦ୍ୟୁତ ସରବରାହକୁ ଜାରୀ ରଖି ଅନ୍ୟ ଅଞ୍ଚଳରେ ବିଦ୍ୟୁତ ବାରମ୍ବାର କାଟ୍‍ ହେଉଛି। ବିଶେଷ କରି ରାତିରେ ବିଦ୍ୟୁତ ସରବରାହ ବନ୍ଦ ରହୁଛି। କର୍ତ୍ତୃପକ୍ଷ ସଠିକ ଭାବେ ଏହାକୁ ଅଧିକ କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ସାମାନ୍ୟ ଫ୍ୟୁଜ୍ ଟିକକ ବାନ୍ଧିବାକୁ ଡାକିଲେ କର୍ମଚାରୀଙ୍କୁ ଯୋଗାଯୋଗ ହୋଇପାରେନି।
ଫଳରେ ତୁଳାପଡା,ଭାନପୁର,ବାଲିସିଙ୍ଗା,ଘୋଡାବନ୍ଧ,ବାଗପୁର ସମେତ ଅନେକ ପଂଚାୟତବାସୀ ନାହିଁନଥିବା ଯନ୍ତ୍ରଣା ଭୋଗୁଛନ୍ତି। ସରକାର ଏହି ସମୟରେ ବିଦ୍ୟୁତ ସରବରାହକୁ ଏକ ଜରୁରୀ କାଳୀନ ସେବା ମନେ କରି ବାଲିପଡା ଫିଡରର ଉପଭୋକ୍ତା ପ୍ରତି ସହାୟ ହୁଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories