www.samajalive.in
Thursday, December 11, 2025
14.1 C
Bhubaneswar

ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ସାମ୍ଵାଦିକ

ନର୍ଲା: ରୋଗରେ ଅସହାୟ ହୋଇ ପଡିଥିବା ଜନୈକ ବିବାହିତା ମହିଳାଙ୍କୁ ଶେଷରେ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ସାମ୍ବାଦିକ ସୁମିତ କୁମାର ଶର୍ମା। ରୁପ୍ରାରୋଡ ପଞ୍ଚାୟତର ‘ସମାଜ’ ଖବର କାଗଜର ସାମ୍ବାଦିକ ସୁମିତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ମହିଳାଙ୍କୁ ରକ୍ତଦାନ କରିଛନ୍ତି। ବିଶେଷ କରି ପୀଡିତାଙ୍କୁ ଏ-ନେଗେଟିଭ୍ ଗ୍ରୁପର ରକ୍ତ ଆବଶ୍ୟକ ଥିବା ବେଳେ ଏହି ଗ୍ରୁପର ରକ୍ତ ପାଇବା କଷ୍ଟସାଧ୍ୟ। ଏହା ଜଣାପଡିବା ପରେ ‘ସମାଜ’ର ନର୍ଲା ସମ୍ବାଦଦାତା ମନୋଜ କୁମାର ଷଡ଼ଙ୍ଗୀ ସୋସିଆଲ ମିଡିଆରେ ରକ୍ତ ପାଇଁ ପ୍ରାର୍ଥନା କରିଥିଲେ। ସୋସିଆଲ ମିଡିଆରେ ଦେଖିବା ପରେ ସୁମିତ ନିଜ ଆଡ଼ୁ ଫୋନ କରି ତାଙ୍କର ଏ-ନେଗେଟିଭ୍ ଗ୍ରୁପ ଓ ସେ ରକ୍ତଦାନ କରିବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। ରାତିରେ ଡାକ୍ତରଖାନା ଯାଇ ରକ୍ତଦାନ କରିଥିଲେ। ନିଜ ବାପ ଘର ତୁଳାପଡାରେ ରହି ଚିକିତ୍ସିତ ହେଉଥିବା ମହିଳ କଳ୍ପନା ବାରିକ(୩୫) ସିନ୍ଧେକେଲା ଝଲପରେ ରସିକ ବାରିକଙ୍କୁ ବିବାହ କରିଛନ୍ତି। ସାମ୍ବାଦିକ ସୁମିତଙ୍କୁ ମହିଳାଙ୍କ ବାପଘର ପରିବାର ଓ ଶାଶୁଘର ପରିବାର ସଦସ୍ୟମାନେ କୃତଜ୍ଞତା ଜଣାଇଛନ୍ତି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories