www.samajalive.in
Friday, December 12, 2025
17.1 C
Bhubaneswar

ବିଶ୍ଵବିଦ୍ୟାଳୟରେ ଦର୍ପଦଳନ ରଥ ଚକ ସ୍ଥାପିତ

ଭବାନିପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିସରରେ ଗୁରୁବାର ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଚକ ସ୍ଥାପିତ ହୋଇଛି। ଶ୍ରୀକ୍ଷେତ୍ରରୁ ପବିତ୍ର ରଥ ଚକ ଏଠାରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା। ବିଶ୍ଵବିଦ୍ୟାଳୟ ପରିସରରେ ଝୋଟି ଅଙ୍କା ଯିବା ସହ ଏକ ସୁଦୃଶ୍ୟ ମଣ୍ଡପ ନିର୍ମାଣ କରାଯାଇଛି। ଶଙ୍ଖ, ଘଣ୍ଟ, ହୁଳହୁଳି ସାଙ୍ଗକୁ ସଙ୍କୀର୍ତ୍ତନ, ଘୁମୁରା ବାଦ୍ୟ ସହିତ ଗୀତା ପାଠ, ବେଦ ପାଠ ଏବଂ ମନ୍ତ୍ର ଉଚ୍ଚରଣ ତଥା ହୋମ ଯଜ୍ଞ ମଧ୍ୟରେ ପବିତ୍ର ଚକକୁ ସ୍ବତନ୍ତ୍ର ମଣ୍ଡପରେ ସ୍ଥାପନ କରାଯାଇଥିଲା। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ। ଏଥିପାଇଁ ବିଶ୍ଵବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଇଥିଲା।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅନୁମୋଦନକ୍ରମେ ଦର୍ପ ଦଳନ ରଥର ଚକଟିକୁ ଏଠାକୁ ଅଣାଯାଇଛି। ଏଥିପାଇଁ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଏକାଧିକ ବାର ଉଦ୍ୟମ କରିଥିଲେ। ଏଣୁ ବିଭିନ୍ନ ମହଲରେ ଶ୍ରୀ ଶତପଥୀଙ୍କୁ ସାଧୁବାଦ ଜଣାଯାଉଛି। ବିଶେଷକରି ଶିକ୍ଷାର ମନ୍ଦିରରେ ଶ୍ରୀମନ୍ଦିରରୁ ରଥ ଚକ ଅଣାଯିବା ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ପୁଣି ସୁଭଦ୍ରା କ୍ଷେତ୍ର ଭାବେ ପରିଚିତ ଯୁଗସାଏ ପାଟଣାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଦର୍ପ ଦଳନ ରଥ ଚକ ସ୍ଥାପିତ ହେବା ଯୋଗୁଁ ଧର୍ମ ପରାୟଣ ବ୍ୟକ୍ତିମାନେ ଆନନ୍ଦ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories