www.samajalive.in
Sunday, December 14, 2025
23.1 C
Bhubaneswar

ମାତ୍ର ୧୪ ଦିନ: ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ- ୪ ଗିରଫ

ନରସିଂହପୁର : ନରସିଂହପୁର ଥାନା ଅର୍ନ୍ତଗତ ନିମସାହି ଗ୍ରାମର ଦଳିତସାହିରେ ଗତ ୧୪ଦିନ ତଳେ ବିବାହ କରିଥିବା ଜୈନିକା ମହିଳାଙ୍କ ମୃତ ଦେହକୁ ମଙ୍ଗଳବାର ନରସିଂହପୁର ପୁଲିସ ଜବତ କରଛି । ଏହି ଘଟଣାକୁ ନେଇ ମହିଳାଙ୍କ ପରିବାର ପକ୍ଷରୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।

ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିବା ପରେ ୪ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ, ତିଗିରିଆ ଥାନା ଅର୍ନ୍ତଗତ କରଡାପଲ୍ଲୀ ଗ୍ରାମର ରୂପାଲି ନାଏକଙ୍କର କନ୍ୟା ମିନାକ୍ଷୀ ନାଏକ(୧୯)ବର୍ଷ ଗତ ୧୪ ଦିନତଳେ ବୈଦିକ ରିତି ଅନୁସାରେ ଏହି ଥାନାର ନିମସାହି ଗ୍ରାମର ପ୍ରମୋଦ ନାଏକଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ।ଏହା ମଧ୍ୟରେ ସୋମବାର ରାତିରେ ସ୍ୱାମୀ ଓ ସ୍ତ୍ରୀ ଖାଇସାରି ଶଇଥିଲେ । ମଙ୍ଗଳବାର ସକାଳୁ ମିନାକ୍ଷୀର ମୃତ ଦେହ ଘରେ ପଡିଥିବା ଦେଖିବା ପାଇଁ ମିଳିଥିଲା । ଖବର ପାଇ ନରସିଂହପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଧିକ ତଥ୍ୟପାଇଁ ଘଟଣାସ୍ଥଖରେ କଟକରୁ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ କରିଥିଲେ । ଅଭିଯୋଗ ମୁତାବକ ପୁଲିସ ପ୍ରମୋଦଙ୍କ ସହିତ ବାପା ଲୋକନାଥ,ମାଆ ସାବିତ୍ରୀ ଓ ଭିଣୋଇ କୁନାଙ୍କୁ ଗିରଫ କରି ଅଦାଲତ ଚଲାଣ କରିଛନ୍ତି । ମୀନାକ୍ଷୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories