www.samajalive.in
Saturday, December 13, 2025
26.1 C
Bhubaneswar

ଗୁଣ୍ଡିଚା ଯାତ୍ରାରେ ରଥଟଣା ବିଳମ୍ବ: ଆଜି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା

ସମାଜ ଡିଜିଟାଲ ଡେସ୍କ: ଆଜି ସକାଳ ୯ଟା ୩୦ମିନିଟରେ ପୁଣି ଆରମ୍ଭ ହେବ ରଥଟଣା । ଗତକାଲି ଗୁଣ୍ଡିଚା ଯାତ୍ରାରେ ମାତ୍ର ୧୦୦ମିଟର ଗଡିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା । ଶୁକ୍ରବାର ରାତି ୭ଟା ୪୬ମିନିଟରେ ନନ୍ଦିଘୋଷ ପାହୁଣ୍ଡେ ଗଡି ଅଟକି ରହିଥିଲା । ପରେ ରଥଟଣାକୁ ବନ୍ଦ କରାଯାଇଥିଲା । ତିନି ରଥ ତିନୋଟି ସ୍ଥାନରେ ଅଟକି ରହିଛି । ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ବଳଗଣ୍ଡି ଛକରେ ଅଟକି ରହିଥିବା ବେଳେ ଦର୍ପଦଳନ ରଥ ମରୀଚିକୋଟ ଛକରେ ରହିଛି । ସେପଟେ ମହାପ୍ରଭୁଙ୍କ ରଥ ନନ୍ଦିଘୋଷ ବଡଦାଣ୍ଡରେ ଅଟକିଛି ।

ଚଳିତ ଥର ଅନୁକୂଳ ପାଗ ଯୋଗୁଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ରଥାରୁଢ ପରଂବ୍ରହ୍ମଙ୍କୁ ଦର୍ଶନ କରି ତୃତାର୍ଥ ହୋଇଛନ୍ତି ବିଶ୍ୱର କୋଟି କୋଟି ଜନତା । ତେବେ ରାତି ପ୍ରାୟ ୮ଟା ବେଳେ ନନ୍ଦିଘୋଷ ରଥଟଣା ଆରମ୍ଭ ଯୋଗୁଁ ଶହ ଶହ ବର୍ଷର ପରମ୍ପରା ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଛି । ତିନୋଟି କାରଣ ପାଇଁ ରଥଟଣା ବିଳମ୍ବ ହୋଇଥିବା କୁହାଯାଉଛି । ପ୍ରଥମତଃ ବାରମ୍ବାର ଶ୍ରୀ ବଳଭଦ୍ରଙ୍କ ରଥ ମୋଡ ନେବା, ରଥ କର୍ଡନ ଭିତରେ ଅଧିକ ସଂଖ୍ୟାରେ ପାସ୍‍ ଧାରୀଙ୍କ ପ୍ରବେଶ ଏବଂ ଅନୁକୂଳ ପାଗ ଯୋଗୁ ଶ୍ରୀକ୍ଷେତ୍ରରେ ଆଶାତୀତ ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ରଥଟଣା ବିଳମ୍ବ ହୋଇଥିବା ଆଲୋଚନା ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories