ଆରଡି : ବୁଧବାର ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ସରପଞ୍ଚ ସରଳା ବିଶ୍ୱାଳ ପରିଚାଳନା କରିଥିବା ବେଳେ ଅତିଥି ଭାବେ ଚାନ୍ଦବାଲି ସିଡିପିଓ ଅନୂସୟା ଶତପଥି ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରୁ ଯୁବନେତା ସ୍ୱାଧିନ ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ପିଠା ଯୋଜାନ ମାଧ୍ୟମରେ ପଞ୍ଚାୟତ ସ୍ତରକୁ ଆସୁଥିବା ସମସ୍ତ ଯୋଜନା ଯେପରି ସାଧାରଣ ଲୋକମାନଙ୍କ ପାଖରେ ପହଁଚି ପାରିବ ସେଥିପାଇଁ ପାଲା ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ସେହିପରି ପଞ୍ଚାୟତ ସ୍ତରକୁ ଆସୁଥିବା ସମସ୍ତ ଯୋଜନା ବାବଦରେ ସାଧାରଣ ଲୋକମାନଙ୍କୁ ବିଡିଓ ଶ୍ରୀ ମହାନ୍ତି ସିଧାସଳଖ ଭାବେ ଜଣାଇ ଥିଲେ। ସେହିପରି ଅନ୍ୟ ଅତିଥିମାନେ ଯୋଜନା କିପରି ସରଳ ଭାବେ ସାଧାରଣ ଲୋକମାନଙ୍କ ପାଖରେ ପହଁଚିବ ସେଥିପାଇଁ ବିଭିନ୍ନ ଷ୍ଟଲ କରି ଲୋକମାନଙ୍କୁ ବୁଝାଇଥିଲେ। ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟ ସହ ଅଙ୍ଗନବାଡି କର୍ମୀ,ୱାର୍ଡ ମେମ୍ବର ଓ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ପଦର୍ଶନ କରାଯାଇଥିଲା। ପରେ ଉକ୍ତ ପିଠା ଗୁଡିକୁ ସାଧାରଣ ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା। ଏଥିସହ ପଞ୍ଚାୟତ କାର୍ଯ୍ୟାଳୟରେ ନୂତନ ହିତାଧୀକାରୀମାନଙ୍କୁ ଭତା, ରେସନକାର୍ଡ ଓ ବିଜୁ ପକ୍କାଘର ବଣ୍ଟନ କରାଯାଇଥିଲା।
Popular Categories



