www.samajalive.in
Saturday, December 6, 2025
26.1 C
Bhubaneswar

ଦେଶୀଡଙ୍ଗା ବୁଡ଼ି ଯୁବକ ନିଖୋଜ

ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବିଲାପୁଟ ପଞ୍ଚାୟତର ଜବାଗଡ ଗ୍ରାମ ନଦୀଘାଟରେ ଗୁରୁବାର ଦେଶୀ ଡଙ୍ଗା ବୁଡ଼ି ଜଣେ ଯୁବକ ଜୋଲାପୁଟ ରିଜର୍ଭର ଜଳରାଶିରେ ନିଖୋଜ ହୋଇଥିବା ଖବର ମିଳିଛି। ବିଲାପୁଟ ସରପଞ୍ଚ ରାଜେଶ ଲେନ୍ଦ୍ରୁ ନଦୀଘାଟରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ପରେ ନିଖୋଜ ଯୁବକ ଜଣକ ଜବାଗଡ଼ ଗ୍ରାମର ସୁକୁ ପ୍ରଧାନୀ(୩୫) ବୋଲି ଜଣାପଡ଼ିଛି। ସେ ଗୋଟିଏ ଦେଶୀ ଡଙ୍ଗା ଯୋଗେ ରିଜର୍ଭର ଆରପଟେ ଥିବା କାଜୁବାଡକୁ ଯାଉଥିବା ବେଳେ ଡଙ୍ଗାଟି ଓଲଟି ପଡିଥିବାରୁ ଏଭଳି ଅଘଟଣ ଘଟିଛି। ସୂଚନା ପାଇ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମାଛକୁଣ୍ଡ ପୁଲିସ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories