www.samajalive.in
Sunday, December 7, 2025
18.1 C
Bhubaneswar

ନନ୍ଦନକାନନରୁ ନାବାଳକ ନିଖୋଜ

ନନ୍ଦନକାନନ : ଗୁରୁବାର ନନ୍ଦନକାନନକୁ ପରିବାର ସହିତ ବୁଲିବାକୁ ଆସିଥିବା ୧୪ ବର୍ଷର ବାଳକ ନିଖୋଜ ହୋଇଯାଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପରିବାର ପକ୍ଷରୁ ସିକ୍ୟୁରିଟି ରେଞ୍ଜରଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲେ ମଧ୍ୟ ସେ ତତ୍ପରତା ଦେଖାଇ ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଦେଓଗଡ ଜିଲା କୁଣ୍ଢେଇଗୋଢ଼ା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ୧୪ ବର୍ଷର ବାଳକ ସୋନୁ ମାଝୀ, ସୁରେଶ ସାହୁଙ୍କ ସହ ବୁଲିବାକୁ ଆସିଥିଲେ। ପରିବାର ଲୋକ ଅପରାହ୍ନ ୪ଟା ୩୦ମି.ରେ ଏକାଠି ହେବାପରେ ସୋନୁ ନଥିବା ଜଣା ପଡିଥିଲା। ବହୁ ଖୋଜାଖୋଜି ପରେ ସୋନୁର ପତ୍ତା ନମିଳିବାରୁ ପରିବାର ଲୋକେ ୫ଟା ୨୦ମି.ରେ ରେଞ୍ଜରଙ୍କୁ ଅବଗତ କରାଇଥିଲେ। ମାତ୍ର ସେ କୌଣସି ତତ୍ପରତା ପ୍ରକାଶ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ା ଅଭିଯୋଗ ପାଇ ସୋନୁକୁ ଖୋଜିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଥିବା ନନ୍ଦନକାନନ ଆଇଆଇସି ରବୀନ୍ଦ୍ର ନାଥ ମେହର କହିଛନ୍ତି। ଅନ୍ୟ ପକ୍ଷରେ ଘଟଣା ସଂକ୍ରାନ୍ତରେ ନନ୍ଦନକାନନ ସୁରକ୍ଷା ବିଭାଗ ଦୟିତ୍ୱରେ ଥିବା ରେଞ୍ଜର ମନୋରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ ଏ ଦାୟିତ୍ୱ ଆମର ନୁହେଁ, ପୁଲିସ ଯାହା କରିବ। ପର୍ଯ୍ୟଟକଙ୍କ ଗତିବିଧିକୁ ଲକ୍ଷ୍ୟ ରଖିବାକୁ ନନ୍ଦନକାନନ ପରିସରରେ ସିସିଟିଭି କ୍ୟାମେରା ଲଗାଯାଇଛି। ତା’ ଛଡ଼ା ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମଚାରୀ ଓ ପର୍ଯ୍ୟଟନ ଥାନା ପୁଲିସ ମୁତୟନ ରହିଛନ୍ତି। ଏଭଳି ସ୍ଥିତିରେ ଜଣେ ନିଖୋଜ ହେବା ଘଟଣାକୁ କର୍ତ୍ତୃପକ୍ଷ ଉପେକ୍ଷା କରିବା ଅାଦୌ ଉଚିତ ନୁହେଁ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛିା

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories