www.samajalive.in
Sunday, December 14, 2025
19.1 C
Bhubaneswar

ମିଳିଲା ଅନୁମତି, ପହିଲାରୁ ବଟାନିକାଲ ଗାର୍ଡେନରେ ବଣଭୋଜି

ନନ୍ଦନକାନନ: ତିନି ମାସର ବ୍ୟବଧାନ ପରେ ଡିସେମ୍ବର ପହିଲାରୁ ବଟାନିକାଲ ଗାର୍ଡେନ (ରାଜ୍ୟ ଉଦ୍ଭିଦ ଉଦ୍ୟାନ)ରେ ବଣଭୋଜିର ମଜା ଉଠାଇବାକୁ ଯାଉଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଏଥିପାଇଁ ସବୁଜ ସଙ୍କେତ ଦେଇଛନ୍ତି ପିସିସିଏଫ୍ ଶଶି ପଲ। କରୋନା କଟକଣା ଭିତରେ ଚାଲିଛି ପର୍ଯ୍ୟଟନ ଋତୁ। ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଭିଦ(ବଟାନିକାଲ ଗାର୍ଡେନ)ଉଦ୍ୟାନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଉଭୟ ଉଦ୍ୟାନକୁ ସରକାର ଗତ ଅଗଷ୍ଟ ୩ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଏହା ଭିତରେ ୫ଲକ୍ଷରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ବୁଲିବାକୁ ଆସିଲେଣି। ସେହିପରି ରାଜ୍ୟଉଭିଦ ଉଦ୍ୟାନରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାକୁ ଲାଗିଛି।

ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ରଙ୍କ ଅନୁମତିକ୍ରମେ ଶନିବାର ଦିନ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି ରାଜ୍ୟ ଉଭିଦ ଉଦ୍ୟାନର ବନାଞ୍ଚଳ ଅଧିକାରୀ(ରେଞ୍ଜର) ଶୁଭଶ୍ରୀ ଦାଶ। କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରେ ଦୁଇ ଭାଗରେ ବିଭକ୍ତ କରାଯାଇଥିବା ଛୋଟ ଓ ବଡ ଦଳଙ୍କୁ ବଣଭୋଜିର ସୁଯୋଗ ଦିଆଯିବ। ୨୦ଜଣିଆ ଦଳ ପାଇଁ ୩୦୦ଟଙ୍କାରେ ଛୋଟ ପେଣ୍ଡି ଅନଲାଇନ (ସଂଚାର ମାଧ୍ୟମରେ) ଓ ଅଫଲାଇନରେ ବୁକ୍ କରିପାରିବେ। ସେହିପରି ୩୦ ଜଣିଆ ଦଳ ପାଇଁ ୫୦୦ଟଙ୍କାରୁ ୧୬ଶହ ଟଙ୍କା ପର୍ଯ୍ୟନ୍ତ ବଡ ପେଣ୍ଡିରୁ ଆରମ୍ଭ କରି ସ୍ପେଶାଲ ଓ ସ୍ବତନ୍ତ୍ର ପେଣ୍ଡି ଅନଲାଇନରେ ବୁକ କରିପାରିବେ ବୋଲି ରାଜ୍ୟଉଭିଦ ଉଦ୍ୟାନର ସହକାରୀ ବନସଂରକ୍ଷକ ବନମାଳୀ ସାହୁ କହିଛନ୍ତି। ପର୍ଯ୍ୟଟକମାନେ ଉଦ୍ୟାନର ସବୁଜଭରା ବୃକ୍ଷଲତା ସହ ପ୍ରଜାପତି ଉଦ୍ୟାନ, ମୋଗଲ ଉଦ୍ୟାନ, ଗୋଲାପ ଉଦ୍ୟାନ, କାଚଘର ସମେତ ବିଭିନ୍ନ ପ୍ରଜାତିର ଉଦ୍ୟାନ ଶୋଭାରାଜିକୁ ବୁଲି ଦେଖିବା ସହ ବଣଭୋଜିର ମଜ୍ଜା ଉଠାଇ ପାରିବେ ବୋଲି ଶ୍ରୀ ସାହୁ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories