nua o banner

ବଢିଲା ନନ୍ଦନ କାନନ ଟିକେଟ ଦର

BSKY banner  750×100
0

ଭୁବନେଶ୍ୱର: ନନ୍ଦନ କାନନର  ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ଟିକେଟ ଦର ବୃଦ୍ଧି କରାଯାଇଛି । ଆଗରୁ ନନ୍ଦନ କାନନ ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ୪୦ ଟଙ୍କା ଥିବା ବେଳେ ଏବେ ପର୍ଯ୍ୟଟକମାନଙ୍କୁ ୫୦ ଟଙ୍କା ଦେବାକୁ ପଡିବ । ପ୍ରବେଶ ମୂଲ୍ୟକୁ ୧୦ ଟଙ୍କା ବୃଦ୍ଧି କରାଯାଇଛି । ଏପ୍ରିଲ ଏକ ତାରିଖରୁ ଏହି ମୂଲ୍ୟ ବୃଦ୍ଧି ଲାଗୁ କରାଯିବ ।

ଗତ ୭ ବର୍ଷ ମଧ୍ୟରେ  ଚତୁର୍ଥ ଥର ପାଇଁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି । ଆଗରୁ ନନ୍ଦନ କାନନରେ ଯାହା ସବୁ ଦଖିବାକୁ ମିଳୁଥିଲା ତାଠାରୁ ଅଧିକ ଦେଖିବା ପାଇଁ ବ୍ୟବସ୍ଥା କରିବା ଓ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ସୁବିଧା ସୁଯୋଗ କରିବା ପାଇଁ ପର୍ଯ୍ୟଟକମାନେ ଦାବି କରିଛନ୍ତି ।

Leave A Reply