ଲାଭ ଶବ୍ଦ ଭାରତୀୟ ସଂସ୍କୃତିରେ ଉଲ୍ଲେଖ ନାହିଁ : ରାଜ୍ୟପାଳ

ନାଲ୍‌କୋ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ବର : ଲାଭ ଶବ୍ଦ ଭାରତୀୟ ସଂସ୍କୃତିରେ ଉଲ୍ଲେଖ ନାହିଁ। ବ୍ୟବସାୟ ଜଗତରେ ଏହାର ବିଶେଷ ପ୍ରୟୋଗ ଏବେ ଦେଖିବାକୁ ମିଳୁଛି । ଏହା ନିଶ୍ଚିତ ରୂପେ ଏକ ବିକୃତି। ଏହାର ସଂଶୋଧନ କରିବା ସହ ବିଚାରଗତ ସ୍ତରରେ ଏହାର ସକାରାତ୍ମକ ପ୍ରୟୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି। ନାଲ୍‌କୋ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ ପଞ୍ଚଭୂତରେ ଗଢା ଏ ପୃଥିବୀ। ଶରୀର ମଧ୍ୟ ସେହି ପଞ୍ଚଭୂତରେ ତିଆରି। ଏହି ପାଞ୍ଚ ଗୋଟି ମୌଳିକ ଉପାଦାନକୁ ନେଇ ଆମର ସୃଷ୍ଟି ଓ ସଂସାର। ପ୍ରକୃତି ଓ ପୁରୁଷର ମିଳନରେ ଦୃଶ୍ୟମାନ ଜଗତର ସୃଷ୍ଟି। ଏହା ହିଁ ଆଧ୍ୟାତ୍ମିକତାର ଭିତ୍ତି। ଏହି ତତ୍ତ୍ବକୁ ଧ୍ୟାନରେ ରଖ୍ ପ୍ରକୃତି ଓ ପୁରୁଷ ମଧ୍ୟରେ କୌଣସି ଅସମନ୍ବୟ କାରଣ ନ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ନାଲ‌େ‌କାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ନାଲ୍‌କୋର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ।

Comments are closed.