www.samajalive.in
Saturday, December 13, 2025
14.1 C
Bhubaneswar

ଗଛକୁ ଧକ୍କା ଦେଇ ଓଲଟିଲା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ; ୨ ଗୁରୁତର

ନାକଟିଦେଉଳ : ଗଛକୁ ଧକ୍କା ଦେଇ ରାସ୍ତା ମଝିରେ ଓଲଟିଲା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ। ଏହି ଦୁର୍ଘଟଣାରେ ଚାଳକ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ଚୋରା କେନ୍ଦୁପତ୍ର ବୋଝେଇ କରି ରାତି ଅଧରେ ପିକଅପ ଭ୍ୟାନ୍ ଗାଡ଼ିରେ ଚୋରା ଚାଲାଣ କରୁଥିଲେ। ଖବର ପାଇ ବନ ବିଭାଗ ପିଛା କରିବାରୁ ଦ୍ରୁତ ଗତିରେ ପଳାଉ ଥିବା ଏହି ଚୋରା କେନ୍ଦୁପତ୍ର ବୋଝେଇ ଗାଡି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିବା ଥିବା ବେଳେ ଏହି ଦୁର୍ଘଟଣାରେ ଚାଳକ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଜଣ ହେଲେ ପଶ୍ଚିମବଙ୍ଗ ହୁଗୁଳିର ଅଗ୍ନି ମଜୁମଦାର(୨୯) ଏବଂ ସୁମନ ଘୋଷ (୨୨) । ଆହତ ମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଇ ଦିଆଯାଇଥିବା ଜଣାପଡିଛି।

ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର


ପ୍ରାପ୍ତ ସୂଚନା ଅନୁସାରେ ଏକ ପିକଅପ ଭ୍ୟାନ ଗାଡ଼ିରେ ଚୋରା କେନ୍ଦୁପତ୍ର ରେଢ଼ାଖୋଲ ପଟରୁ ନାକଟିଦେଉଳ ପଟକୁ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ରେଢ଼ାଖୋଲ ବନ ବିଭାଗର କର୍ମଚାରୀ ମାନେ ଗୁରୁବାର ବିଳମ୍ବିତ ରାତ୍ରିରେ ପିଛା କରିଥିଲେ। ତେବେ ଏହି ଚୋରା ଗାଡିଟି ରେଢ଼ାଖୋଲ- ଦେବଗଡ଼ ରାସ୍ତାରେ ଆସୁଥିବା ବେଳେ ଖବର ପାଇ ନାକଟିଦେଉଳ ବନ ବିଭାଗ ମଧ୍ୟ ତତ୍ପର ହୋଇ ଉଠିଥିଲା। ସମସ୍ତଙ୍କୁ ଚକମା ଦେଇ ଏହି ଚୋରା କେନ୍ଦୁପତ୍ର ବୋଝେଇ ଗାଡି ଦ୍ରୁତ ଗତିରେ ପଳାଉ ଥିବା ବେଳେ ନାକଟିଦେଉଳ ଘାସି ସାହି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଗାଡିକୁ ପିଛା କରୁଥିବା ବନ ବିଭାଗ କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଏହି ଦୁଇ ଜଣ ଚୋରା ବେପାରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ନାକଟିଦେଉଳ ବନ ବିଭାଗ ଦୁର୍ଘଟଣାଗ୍ରସ୍ତ ଚୋରା କେନ୍ଦୁପତ୍ର ବୋଝେଇ ଗାଡି ସହିତ ସମସ୍ତ କେନ୍ଦୁପତ୍ର ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories