www.samajalive.in
Saturday, December 6, 2025
15.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀର ପୁଲୱାମା ଜିଲାର ତିକ୍କେନ ଗ୍ରାମରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିଥିବା ବେଳେ ସେମାନେ ପୁଲୱାମା ଜିଲାର ବୋଲି ଜଣାପଡିଛି ।

ପୁଲିସଙ୍କ ସୂଚନା ଅନୁଯାୟୀ, ମୃତ ଆତଙ୍କବାଦୀ ଦୁଇ ଜଣ ହେଲେ ଲିୟାକତ ଅହମ୍ମଦ ଏବଂ ବାଜିଦ । ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଁ ସିଆରପିଏଫ, ଏସଓଜି ଏବଂ ରାଷ୍ଟ୍ରୀୟ ରାଇଫଲ୍ସ ମିଳିତ ଭାବରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଘେରଉ କରି ନେଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ତରଫରୁ ଗୁଳିବର୍ଷଣ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଆତଙ୍କୀବାଦୀ ପ୍ରାଣ ହରାଇଥିଲେ । ମୃତ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇଛି । ଏହା ସହ ସେମାନଙ୍କ ନିକଟରୁ  ଇନସାସ ରାଇଫଲ, ଏକେ ୭.୬୨ ମିମୀ ଅସାଲ୍ଟ ରାଇଫଲ ଏବଂ ଗୁଳି ଜବତ ହୋଇଛି । ମୃତ ଆତଙ୍କବାଦୀ କେଉଁ ସଙ୍ଗଠନର ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories