www.samajalive.in
Monday, December 8, 2025
16.1 C
Bhubaneswar

ନାକଟିଦେଉଳରେ ଭାରତ ବନ୍ଦର ପ୍ରଭାବ

ନାକଟିଦେଉଳ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନ ଜାତି ବର୍ଗର ଭାଗିଦାରୀ ଆରକ୍ଷଣକୁ ସମାପ୍ତ କରିବା ନିମନ୍ତେ ହୋଇଥିବା ଷଡଯନ୍ତ୍ର ବିରୋଧରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନୁସୂଚିତ ଜାତି ଓ ଜନ ଜାତି କ୍ରିୟାନୁଷ୍ଠାନ କମିଟି ଡାକରାରେ ବୁଧବାର ଏହି ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ବ୍ଲକର ନାକଟିଦେଉଳ, କିସିଣ୍ଡା ଏବଂ ବାଟଗାଁ ଠାରେ ବନ୍ଦ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ମହେନ୍ଦ୍ର କୁଅଁର, ଜିଲ୍ଲା ପ୍ରଭାରୀ ରୋହିତ ଭୋଇ, କିସିଣ୍ଡା ହରିଜନ ଦଳିତ ସମାଜର ସଭାପତି ନୃସିଂହ ଚରଣ ସାମଲ ଏବଂ ଷଡ଼ ବଂଶୀୟ ଗଣ୍ଡ ସମାଜର ସଭାପତି ବିଶ୍ଵାମିତ୍ର ଭୋଇଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା କିସିଣ୍ଡା ଛକ ଠାରେ ନାକଟିଦେଉଳ -ସମ୍ବଲପୁର ରାସ୍ତାକୁ ଅବରୋଧ କରିବା ସହ ପିକେଟିଂ କରି ବ୍ୟାଙ୍କ, ପୋଷ୍ଟ ଅଫିସ, ସ୍କୁଲ କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରିଥିଲେ।

୨୬ ଅଗଷ୍ଟରେ ମଙ୍ଗଳ କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ରହିବନି ଚିନ୍ତା,ବଦଳାଇବେ ଭାଗ୍ୟ..


ସେହିପରି ନାକଟିଦେଉଳ ଏବଂ ଗୋଧିଢିପ ଛକ ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏଠାରେ କଂଗ୍ରେସ ଏହାକୁ ସମର୍ଥନ କରିଥିଲା। ନାକଟିଦେଉଳ ଠାରେ ବ୍ୟାଙ୍କ, ପୋଷ୍ଟ ଅଫିସ, ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଆଗରେ ପିକେଟିଂ କରି ବନ୍ଦ କରିଥିଲେ। ସେହିପରି ଆନ୍ଦୋଳନ ଯୋଗୁଁ ଏଠାରେ ମଧ୍ୟ ସ୍କୁଲ କଲେଜ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ରାସ୍ତାରେ ଯାତାୟାତ କରୁଥିବା ଗାଡି ମୋଟର ଗୁଡିକ ମଧ୍ୟ ଅଟକାଇ ଥିବା ଦେଖିବାକୁ ମିଳିଥିଲା।  ନାକଟିଦେଉଳ ଠାରେ ଯଦୁମଣି ପାତ୍ର, ଅଶୋକ ପୋଢ଼, ସୁମନ୍ତ ଧଳ, ପଦ୍ମଲୋଚନ ବିଶିଙ୍କ ସମେତ ବହୁ ସଂଖ୍ୟକ ଆନ୍ଦୋଳନକାରୀ ସାମିଲ ହୋଇ ପିକେଟିଂ କରିଥିଲେ। ସେହିପରି ବ୍ଲକର ବାଟଗାଁ ଅଞ୍ଚଳରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଅନୁଭୂତ ହୋଇଛି।

ଭିଡିଓରେ ଦେଖନ୍ତୁ; ବନ୍ଦେ ଭାରତ ଏକ୍ସପ୍ରେସରେ ଡାଲିରୁ ବାହାରିଲା ମଲା ଅସରପା..

- Advertisement -

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories