www.samajalive.in
Saturday, December 6, 2025
16.1 C
Bhubaneswar

ଭିଡିଓରେ ଦେଖନ୍ତୁ; ବନ୍ଦେ ଭାରତ ଏକ୍ସପ୍ରେସରେ ଡାଲିରୁ ବାହାରିଲା ମଲା ଅସରପା..

ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟରୁ ବାହାରିଛି ଅସରପା। ଶିରିଡିରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ପରିବାର ୧୯ ଅଗଷ୍ଟରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ପରଷା ଯାଇଥିବା ଖାଦ୍ୟରେ ମଲା ଅସରପା ମିଳିଥିଲା। ଏହାକୁ ଭିତ୍ତି କରି ଏହି ପରିବାର ରେଲୱେର ଜଣେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶେୟାର କରାଯାଇଥିବା ଭିଡିଓ ଓ ଫଟୋରେ ଡାଲି ଭିତରେ ମଲା ଅସରପା ଦେଖାଯାଇଛି ।


ଏହି  ପରିବାରର ଜଣେ ବ୍ୟକ୍ତି ଅଭିଯୋଗ କରି କହିଛନ୍ତି, ମୁଁ ଭୋଜନ କରିବା ସମୟରେ ମୋ ପିଉସୀ ଖାଦ୍ୟରେ ମଲା ଅସରପା ଦେଖିଥିଲେ । ଏହି ଖାଦ୍ୟକୁ ମୋ ୮୦ ବର୍ଷର ଜେଜେବାପା ମଧ୍ୟ ଖାଇଛନ୍ତି ।
ଏହାପରେ ଆଇଆରସିଟିସି ପକ୍ଷରୁ ଏକ୍ସରେ ଉକ୍ତ ବ୍ୟକ୍ତିଙ୍କ ପୋଷ୍ଟର ଜବାବ ଦେଇ କୁହାଯାଇଛି, ସେବା ପ୍ରଦାନ କରିଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଜୋରିମାନା ଲଗାଯିବ । ଏହି ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛି ଆଇଆରସିଟିସି ।
ସେହିପରି ପ୍ରାୟ ୨ ମାସ ପୂର୍ବରୁ ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଥିଲା । ଏକ ଦମ୍ପତି ବନ୍ଦେ ଭାରତ ଏକ୍ସପ୍ରେସରେ ଭୋପାଳରୁ ଆଗ୍ରା ଯାତ୍ରା କରୁଥିବା ସମୟରେ ତାଙ୍କୁ ପରଷା ଯାଇଥିବା ଖାଦ୍ୟରେ ମଧ୍ୟ ମଲା ଅସରପା ମିଳିଥିଲା । ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବାସି ଖାଦ୍ୟ ଦିଆଯାଇଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ ।

୨୬ ଅଗଷ୍ଟରେ ମଙ୍ଗଳ କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ରହିବନି ଚିନ୍ତା,ବଦଳାଇବେ ଭାଗ୍ୟ..

- Advertisement -

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories