Patra electronics

ସ୍ନାତକ ମହାବିଦ୍ୟାଳୟରେ ଫାଇଲରେିଆ ସଚେତନତା ଏବଂ ହରଘର ତ୍ରିରଙ୍ଗା

ନାକଟିଦେଉଳ:ସମ୍ବଲପୁର ଜିଲ୍ଲା ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ ମଙ୍ଗଳବାର ଦିନ ମହାବିଦ୍ୟାଳୟ ପରିସରରେ ସାମୁହିକ ଫାଇଲେରିଆ ଔଷଧ ସେବନ, ସଚେତନତା ଏବଂ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଡ଼.ପୁଷ୍ପାଞଳୀ ରବଣା ଯୋଗଦେଇ ଫାଇଲେରିଆ ରୋଗର ସଚେତନତା ଏବଂ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ୱେଛାସେବୀ ମାନଙ୍କର ଗୁରୁତ୍ୱପୁର୍ଣ୍ଣ ଭୁମିକା ସଂପର୍କରେ ଆଲୋଚନା କରିଥିଲେ। ସମସ୍ତେ ସଚେତନ ହେଲେ ଏହି ରୋଗର ସମୁଳ ମୁଳୋତ୍ପାଟନ ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭେକ୍ଟରବର୍ଣ୍ଣ ଡ଼ିଜିଜ୍‌‌ ଟେକ୍ନିକାଲ ସୁପରଭାଇଜର ମାନବେନ୍ଦ୍ର ବସ୍ତିଆ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଶରତ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଫାଇଲେରିଆ ରୋଗର କାରଣ ଏବଂ ନିରାକରଣ ଉପରେ ଆଲୋକପାତ କରି ଏଥି ପ୍ରତି ସମସ୍ତେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ୩ଶହ ଛାତ୍ରଛାତ୍ରୀ ସାମୁହିକ ଭାବରେ ଫାଇଲେରିଆର ଔଷଧ ସେବନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଦେବେଶ ବିଶ୍ୱାଳ,ବିନୋଦ ବିହାରୀ ପ୍ରଧାନଏବା ଶେଷଦେବ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ଶୃଙ୍ଖଳ ପ୍ରଦର୍ଶନ କରିଥିଲେ।

Comments are closed.