www.samajalive.in
Tuesday, December 9, 2025
17.1 C
Bhubaneswar

ସୁନ୍ଦର ନଖ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ତ୍ୱଚାର ସୁନ୍ଦରତା ସହ ହାତର ସୁନ୍ଦରତା ମଧ୍ୟ ଖୁବ ଆବଶ୍ୟକ। ହାତର ସୁନ୍ଦରତା ପାଇଁ ଏହାର ସଠିକ ଭାବେ ଯତ୍ନ ନେବା ସହ ନଖ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ନଖରେ ବିଭିନ୍ନ ସୁନ୍ଦର ସୁନ୍ଦର ନେଲ୍‍ ଆର୍ଟ ମଧ୍ୟ କରାଯାଏ। ମାତ୍ର ବହୁ ସମୟରେ ଏଭଳି ଦେଖାଯାଇଛି ଯେ, ବହୁ ଯୁବତୀଙ୍କ ନଖ ଅପେକ୍ଷାକୃତ ଦୁର୍ବଳ। ଯାହା ଫଳରେ ଏହା ସହଜରେ ଭାଙ୍ଗି ଯାଏ। ଏହି ସମସ୍ୟାକୁ ମୁକ୍ତି ପାଇବା ପାଇଁ ତଥା ନଖ ଶକ୍ତ ଓ ସୁନ୍ଦର କରିବା ପାଇଁ ରସୁଣର ବ୍ୟବହାର କରିପାରିବେ। ରସୁଣ ଦୁର୍ବଳ , ସହଜରେ ଭାଙ୍ଗିଯାଉଥିବା ନଖ ପାଇଁ ଖୁବ ହିତକାରକ। ଜାଣନ୍ତୁ ନଖ ପାଇଁ କିଛି ସହଜ ଉପାୟରେ କିଭଳି ରସୁଣର ବ୍ୟବହାର କରିବେ……
ରସୁଣ ଓ ଅଭିଲ ଅଏଲ –
୨ ରୁ ୩ଟି ରସୁଣକୁ ପେଷ୍ଟ କରି ଅଲିଭ ଅଏଲରେ ମିଶାଇ ନଖରେ ଲଗାନ୍ତୁ। ଏକ ଘଣ୍ଟା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ନଖ ପାଇଁ ବେଶ ଲାଭଦାୟକ।
ରସୁଣରେ ଆଣ୍ଟି-ସେଫଟିକ ଗୁଣ ରହିଛି। ଯାହାର ନଖର ବହୁ ସମସ୍ୟାକୁ ଦୂର କରିଥାଏ।
ରସୁଣର ପାଣି –
୨ ରୁ ୪ଟି ରସୁଣର ଚୋପା ଛଡ଼ାଇ, ଏହାକୁ ଏକ ପାତ୍ରରେ ପାଣି ନେଇ ବତୁରାଇ ରଖି ଦିଅନ୍ତୁ। ଏହାପରେ ରସୁଣକୁ କାଢି ଏହାର ପାଣିରେ ହାତକୁ ବୁଡ଼ାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ପରେ ସାଧାରଣ ପାଣିରେ ହାତ ଧୋଇ ଦିଅନ୍ତୁ।
ରସୁଣ ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ –
୪ ରୁ ୫ଟି ରସୁଣ ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅଳ୍ପ ନେଲପୋଲିସ ଥିବା ବୋତଲରେ ଭଲ ଭାବେ ମିଶାଇ ରଖନ୍ତୁ। ନେଲପୋଲିସ ଲଗାଇବା ଭଳି ଏହାକୁ ଲଗାଇ ୧ ରୁ ୨ ଘଣ୍ଟା ରଖି ଉଷୁମ ପାଣିରେ ହାତ ଧୋଇବା ସହ ସେହି ନେଲପୋଲିସକୁ ମଧ୍ୟ ଛଡ଼ାଇ ଦିଅନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories