www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଭୁ ଧବଳେଶ୍ୱରଙ୍କ ନାଗାର୍ଜୁନ ବେଶ ଭକ୍ତଶୂନ୍ୟ ଭାବେ ଅନୁଷ୍ଠିତ

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ଦୁର୍ଲ୍ଲଭ, ବୀରତ୍ୱପୂର୍ଣ୍ଣ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ପଞ୍ଚକ ୬ଦିନ ପଡୁଥିବାରୁ ଚଳିତବର୍ଷ ଅନନ୍ତ ବାସୁଦେବ ଧବଳେଶ୍ୱର ପୀଠରେ ପ୍ରଭୁ ଧବଳେଶ୍ୱରଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ହେଲେ କରୋନା ପାଇଁ ପ୍ରଭୁ ଧବଳେଶ୍ୱରଙ୍କ ଏହି ଦୁର୍ଲ୍ଳଭ ମନଲୋଭା ବୀରତ୍ୱପୂର୍ଣ୍ଣ ବେଶକୁ ପ୍ରତ୍ୟକ୍ଷ ଭାବରେ ଶ୍ରଦ୍ଧାଳୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଲକ୍ଷଲକ୍ଷ ଭକ୍ତ ପୀଠରେ ସମାଗମ ହେବା ସ୍ଥଳେ ଚଳିତବର୍ଷ ପୀଠ ଖାଁଖାଁ ହୋଇଛି। ସବୁଆଡେ ନିର୍ଜନତା ଦେଖାଦେଇଛି। ଦେବୋତ୍ତର ପ୍ରଶାସନର ଉପସ୍ଥିତିରେ ପୂଜକ ସମିତିର ସଦସ୍ୟମାନେ ପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସଂପାଦନ କରୁଛନ୍ତି। ଆଜି ଭୋର ୪ଟାରୁ ନୀତିପାଳିଆ ପ୍ରଫୁଲ କୁମାର ପତ୍ରୀ ଓ ପୁତ୍ର କୁଲୁ ପତ୍ରୀ ପ୍ରଭୁଙ୍କ ପହଡ ଖୋଲି ୧୦୮ଗରା ଜଳରେ ଅଗୁର ଚନ୍ଦନ ଦେଇ ସ୍ନାନ କରିଥିଲେ। ମଙ୍ଗଳ ଆଳତୀ, ଧୂପ ସଂପନ୍ନ ପରେ ଖେଚୁଡି ଭୋଗ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା। ପୂର୍ବାହ୍ନ ୯ଟାରେ ସିଙ୍କୁଡି ଭୋଗ, ମଧ୍ୟାନ୍ନରେ ଧୂପ, ସନ୍ଧ୍ୟାରେ ଆଳତୀ ଓ ଦହିବାଟୁଳା ପାଳୁଅ ଭୋଗ ଅର୍ପଣ ପରେ ମନ୍ଦିର ବନ୍ଦ ହୋଇଥିଲା। ଦୀର୍ଘ ବର୍ଷ ପରେ ପ୍ରଭୁଙ୍କ ବିରଳ ନାଗାର୍ଜୁନବେଶ ଦେଖିବାରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଛନ୍ତି। ଆସନ୍ତାକାଲି ଶନିବାର ପ୍ରଭୁଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେବ। ପୀଠ ସଂଲଗ୍ନ ଅଞ୍ଚଳରେ ୧୪୪ଧାରା ଜାରି ହୋଇଥିବାରୁ ବିଭିନ୍ନ ଗାଁରଛକମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପିକେ ଜେନା ଓ ଆଠଗଡ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତରକାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories