ଦିନ ଗୋଟାଏ ସୁଦ୍ଧା ମେଘାଳୟରେ ୨୭.୭୫ ଓ ନାଗାଲାଣ୍ଡରେ ୫୬ ପ୍ରତିଶତ ମତଦାନ
ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ମେଘାଳୟର ବିଧାନସଭା ପାଇଁ ମଙ୍ଗଳବାରରେ ମତଦାନ ଚାଲିଛି । ଦିନ ଗୋଟାଏ ସୁଦ୍ଧା ମେଘାଳୟରେ ୨୭. ୭୫ ଓ ନାଗାଲାଣ୍ଡରେ ୫୬ ପ୍ରତିଶତ ମତଦାନ ହୋଇଛି । ଉଭୟ ରାଜ୍ୟର ୫୯-୫୯ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି ।
ମେଘାଳୟର ପୂର୍ବ ଗାରୋ ହିଲ୍ସରେ ଆଇଡି ବିସ୍ପୋରଣରେ ରାକଂପା ପ୍ରାର୍ଥୀ ଜୋନାଥନ ଏନ୍ ସାଙ୍ଗମାଙ୍କର ମୃତ୍ୟୁ ହୋଇଥିଲା ।ଏହି ଆସନରେ ପରେ ନିର୍ବାଚନ ହେବ । ସେହିପରି ନାଗାଲାଣ୍ଡର ଏନ୍ଡିପିପିର ମୁଖ୍ୟ ନିକେୟୁ ରିୟୋ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ଉଭୟ ରାଜ୍ୟରେ ୬୦ ଟି ଲେଖାଏଁ ଆସନ ଥିବା ବେଳେ ୫୯ ଟି ଲେଖାଏଁ ଆସନରେ ନିର୍ବାଚନ ହେଉଛି ।
ନାଗାଲାଣ୍ଡରେ ନିର୍ବାଚନୀ ହିଂସାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ମେଘାଳୟରେ ୧୮ ଲକ୍ଷ ମତଦାତା ଥିବା ବେଳେ ନାଗାଲାଣ୍ଡରେ ୧୧ ଲକ୍ଷ ୭୬ ହଜାର ୪୩୨ ଜଣ ନିଜର ମତ ଅଧିକାର ସାବସ୍ତ୍ୟ କରିବେ ।