www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ପୁରୀ : ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ମହାକାର୍ତ୍ତିକରେ ଶୁଭ ପଞ୍ଚୁକରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ବଡ଼ ଠାକୁର ଜଗାବଳିଆଙ୍କ ପବିତ୍ର ନାଗାର୍ଜୁନ ବେଶର ନୀତିକାନ୍ତି ଆରମ୍ଭ ହୋଇ ସାରିଛି। ଭୋର ୨ଟା ୪୫ରେ ଦ୍ୱାର ଫିଟା, ୩ଟା ୨୫ରେ ଭିତର ଶୋଧ, ଭୋର ୩ଟା ୩୫ରେ ମଙ୍ଗଳ ଆଳତୀ, ୩ଟା ୪୦ରେ ମଇଲମ , ଭୋର ୪ଟାରେ ତଡପ ଲାଗି ନୀତି ଅନୁଷ୍ଠିତ ହୋଇ ସାରିଛି। ୪ଟା ୧୦ରେ ଶ୍ରୀମନ୍ଦିରକୁ ବିଜେ ହେବା ସହ ୪ଟା ୩୫ରେ ଅବକାଶ ପୂଜା ଶେଷ ହୋଇଛି।
ବଡ଼ ଠାକୁରଙ୍କ ନାଗାର୍ଜୁନ ବେଶ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି ବୋଲି ଜଣାପଡ଼ିଛି। ସକାଳ ୭ଟାରୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ। ଭୋର ୪ଟା ୪୫ରୁ ଆରମ୍ଭ ହେବାର ଥିଲା ମହାପ୍ରଭୁଙ୍କ ବେଶ। ସେବାୟତମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ବେଶ ନୀତି ବିଳମ୍ବ ହୋଇଛି ବୋଲି କୁହାଯାଇଛି। ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ବିବାଦ ହୋଇଥିଲା ବୋଲି କୁହାଯାଉଛି। ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଯୋଗୁଁ ବିଳମ୍ବ ହୋଇଥିବା ନେଇ ସୂଚନା ମିଳିଛି। ଅଧିକ ସେବାୟତ ନିୟୋଜିତ ହେବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ପ୍ରଶାସନ ହସ୍ତକ୍ଷପ ପରେ ୩ ଘଣ୍ଟା ବିମଳ୍ୱରେ ଆରମ୍ଭ ହୋଇଛି ବେଶ। ଅବକାଶ ଓ ମଇଲମ ନୀତି ପରେ ଚାଲିଛି ନାଗାର୍ଜୁନ ବେଶ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories