ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବୈତରଣୀ ନଦୀ ବନ୍ଧ ସାଥିବାଙ୍କୁଡ଼ା ଠାରେ ଦବି ଯାଇଛି। ପ୍ରାୟ ୨୫୦ ଫୁଟର ଏହି ନଦୀ ବନ୍ଧ ଶୁକ୍ରବାର ରାତିରେ ୫ ରୁ ୬ ଫୁଟ ଦବି ଯାଇଥିବା ସୂଚନା ମିଳିଛି। ଫଳରେ ନଦୀର ଜୁଆର ପାଣି ଗ୍ରାମକୁ ମାଡ଼ି ଆସିବା ଆଶଙ୍କାରେ ଲୋକେ ଭୟଭୀତ ହୋଇ ଅଛନ୍ତି।
ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଏହି ନଦୀ ବନ୍ଧ ୪ଟି ପଞ୍ଚାୟତର ୧୦ ଖଣ୍ଡ ଗାଁକୁ ସୁରକ୍ଷା ଦେଉଥିବାରୁ ଏହା ଧସିବା ଫଳରେ ନଦୀକୂଳିଆ ଗାଁଲୋକେ ଆତଙ୍କିତ ହୋଇ ରହିଛନ୍ତି।
ଚାନ୍ଦବାଲିରେ ଦବିଲା ନଦୀବନ୍ଧ
Popular Categories



